ମୁମ୍ବାଇ: ଅମିତ ସାଧ ହେଉଛନ୍ତି ଜଣେ ଅଭିନେତା ଯିଏ କି ବିନା ପରିବାରବାଦରେ କେବଳ ପରିଶ୍ରମରେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ତଥାପି ସେ ନିଜକୁ 'ଆଉଟ ସାଇଡର' ବୋଲି କହିବାକୁ ପ୍ରସ୍ତୁତ ନୁହଁନ୍ତି ।
ଏକ ସାକ୍ଷାତକାରରେ ଅମିତ କହିଛନ୍ତି, ମୁଁ ନିଜକୁ ଜଣେ ଆଉଟ ସାଇଡର ବୋଲି ମନେ କରେ ନାହିଁ । ମୁଁ ଭାରତର ମଧ୍ୟରେ ବାସ କରେ । ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଇନସାଇଡର ଅଟନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଇଣ୍ଡଷ୍ଟ୍ରିରେ କାହାକୁ ଏତେ ସୁଯୋଗ ଦେବା ଉଚିତ ନୁହେଁ ଯେ ଆପଣଙ୍କୁ 'ଆଉଟ ସାଇଡର' ବୋଲି କହିବେ । ଆଶା କରୁଛି ଯେପର୍ଯ୍ୟନ୍ତ ମୁଁ ଏ ଇଣ୍ତଷ୍ଟ୍ରିରେ ଅଛି, ମୁଁ ଏହି 'ଆଉଟ ସାଇଡର' ଏବଂ 'ଇନସାଇଡର' ବିବାଦକୁ ବନ୍ଦ କରିବାକୁ ଚେଷ୍ଚା କରିବି ।