ଓଡିଶା

odisha

ଓଡିଶା ଆସି ଆଗାମୀ ପ୍ରୋଜେକ୍ଟର ଖୁଲାସା କଲେ ଅମିଶା

By

Published : Sep 26, 2019, 2:58 PM IST

ଡବଲ ରୋଲରେ ନଜର ଆସିବେ ଅଭିନେତ୍ରୀ ଅମିଶା ପଟେଲ । ଅନେକ ଦିନର ବିରତି ପରେ ଶେଷରେ ବଲିଉଡ ପ୍ରୋଜେକ୍ଟରେ କାମ କରିବେ ଅମିଶା । ଓଡିଶା ଆସି କଲେ ଖୁଲାସା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଡବଲ ରୋଲରେ ଖୁବ ଶୀଘ୍ର ବଡ଼ ପରଦାରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ । ବୁଧବାର ରାଜଧାନୀ ଗ୍ରସ୍ତରେ ଆସି ଏଭଳି ଖୁଲାସା କରିଛନ୍ତି ବଲିଉଡ ଅଭିନେତ୍ରୀ ଅମିଶା ପଟେଲ । ନିଜସ୍ୱ ପ୍ରଡକ୍ସନ ହାଉସରୁ ଫିଲ୍ମ ‘ଦେଶୀ ମ୍ୟାଜିକ’ରେ ନଜର ଆସିବେ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏଥିରେ ପ୍ରଥମ ଥର କରି ଅଭିନେତ୍ରୀ ଅମିଶା ଡବଲ ରୋଲରେ ଅଭିନୟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ଓଡ଼ିଶାର ହାତବୁଣା ଶାଢୀକୁ ଖୁବ ପସନ୍ଦ କରିଛନ୍ତି ସେ । ପ୍ରକାଶଥାଉକି, ଖୁବ ଶୀଘ୍ର ଅମିଶା ବିଗବସ-13ରେ ପ୍ରତିଯୋଗୀଙ୍କ ରାଜ୍ ଖୋଲିବେ । ସଲମାନଙ୍କ ସହ ମିଶି ଶୋ'କୁ ହୋଷ୍ଟ କରିବେ ଅମିଶା ପଟେଲ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details