ହାଇଦ୍ରାବାଦ:ବଲିଉଡର ସୁପରଷ୍ଟାର ଅମିର ଖାନ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା'ର ରିଲିଜକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବାକୁ ଯାଉଛି । ଏହାପୂର୍ବରୁ ଅମିର ଖାନ ରବିବାର ଦିନ ରାଜଧାନୀ ଦିଲ୍ଲୀରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲିଙ୍କ ଫିଲ୍ମ 'ଆରଆରଆର'ର ଏକ ପ୍ରମୋସନ କରୁଥିବା ଦେଖିବାକୁ ମିଳିଥିଲା ।
ପ୍ରତ୍ୟେକ ଭାରତୀୟଙ୍କୁ କାଶ୍ମୀର ଫାଇଲ୍ସ ଦେଖିବା ଉଚିତ ଏହି ଅବସରରେ ଫିଲ୍ମର ଲିଡ୍ ଷ୍ଟାରକାଷ୍ଟ ରାମ ଚରଣ, Jr NTR ଏବଂ ଆଲିଆ ଭଟ୍ଟ ମଧ୍ୟ ଉପସ୍ଥିତ ଥିଲେ । 'ଆରଆରଆର'ର ପ୍ରମୋସନ ସମୟରେ ଅମିର ଖାନ ବହୁ ଲୋକପ୍ରିୟ ଚଳଚ୍ଚିତ୍ର 'କାଶ୍ମୀର ଫାଇଲ୍ସ' ବିଷୟରେ ଖୋଲାଖୋଲି ଭାବେ କହିଥିଲେ ଏବଂ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ସେ ପ୍ରଶଂସକମାନଙ୍କୁ ମଧ୍ୟ ନିବେଦନ କରିଥିଲେ ।
'ଆରଆରଆର'ର ପ୍ରମୋସନାଲ ଇଭେଣ୍ଟରେ ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଏବଂ ଅନୁପମ ଖେରଙ୍କ ଅଭିନୀତ ଚଳଚ୍ଚିତ୍ର 'କାଶ୍ମୀର ଫାଇଲ୍ସ'କୁ ନେଇ ଅମିର ଖାନ କହିଛନ୍ତି, 'କାଶ୍ମୀରରେ ଯେଉଁ କାଶ୍ମୀର ପଣ୍ଡିତଙ୍କ ସହ ଯାହା ଘଟିଛି ତାହା ଅତ୍ୟନ୍ତ ଦୁଃଖଦାୟକ, ଏହା ଏପରି ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ନିଶ୍ଚିତ ଭାବରେ ପ୍ରତ୍ୟେକ ହିନ୍ଦୁସ୍ତାନୀ ଦେଖିବା ଉଚିତ୍ ଏବଂ ପ୍ରତ୍ୟେକ ହିନ୍ଦୁସ୍ତାନୀ ମନେ ରଖିବା ଉଚିତ୍ ।
ଅମିର ଆହୁରି କହିଛନ୍ତି ଯେ 'କାଶ୍ମୀର ଫାଇଲ୍ସ'ର ଏମିତି ଏକ ଚଳଚ୍ଚିତ୍ର ଯାହା ଲୋକଙ୍କ ଭାବନାକୁ ଛୁଇଁଛି । ମୁଁ ନିଶ୍ଚିତ ଭାବରେ ଏହି ଚଳଚ୍ଚିତ୍ର ଦେଖିବି ଏବଂ ଫିଲ୍ମଟି ବହୁତ ଭଲ କାମ କରୁଥିବାର ଦେଖି ମୁଁ ବହୁତ ଖୁସି ଅଟେ । ଫିଲ୍ମ 'କାଶ୍ମୀର ଫାଇଲ୍ସ' ମାର୍ଚ୍ଚ 11ରେ ସାରା ଦେଶରେ 600 ପରଦାରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରର ଲୋକପ୍ରିୟତା ଏବଂ ସଫଳତାକୁ ଦେଖି ଫିଲ୍ମଟି ବର୍ତ୍ତମାନ 4000 ପରଦା ମୁକ୍ତିଲାଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ