ୱାଶିଂଟନ: ଲୋକପ୍ରିୟ ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମେରି ମିଲବନ୍ ସଂସ୍କୃତ ଶ୍ଲୋକ ପଢି ଭାରତ ଏବଂ ଆମେରିକା ସମେତ ସମଗ୍ର ବିଶ୍ବରେ ଉପସ୍ଥିତ ଭାରତୀୟଙ୍କୁ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ।
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ମଙ୍ଗଳବାର ହେଉଛି ନୂଆ ବର୍ଷର ପ୍ରଥମ ଦିନ। ଉଗାଦି, ଗୁଡି ପଡୱା ଏବଂ ବୈଶାଖୀ ପର୍ବ ଭାରତର ବିଭିନ୍ନ ରାଜ୍ୟରେ ପାଳନ କରାଯାଉଛି ।
ମିଲବନ୍ ଏକ ଭିଡିଓରେ, ଭାରତ ତଥା ସମଗ୍ର ବିଶ୍ବରେ ଉପସ୍ଥିତ ଭାରତୀୟ ସମ୍ପ୍ରଦାୟକୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।
ମିଲବନ୍ କହିଛନ୍ତି, ମୁଁ ଭାରତରେ ପାରମ୍ପାରିକ ପର୍ବ ଏବଂ ଧାର୍ମିକ ରୀତିନୀତି ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲି । ମୋର ଅଧ୍ୟୟନ ଏବଂ ହିନ୍ଦୀ ଶିଖିବା ଦ୍ବାରା ଭାରତୀୟ ସଂସ୍କୃତି ଏବଂ ଭାରତ ସହିତ ମୋର ସମ୍ପର୍କ ବୃଦ୍ଧି ପାଇଛି ।
ଗତ ବର୍ଷ ମିଲବନ୍ ଏକ ଭିଡିଓ ପୋଷ୍ଟ କରି 'ଓମ୍ ଜୟ ଜଗଦୀଶ ହରେ' ଗୀତ ଗାଇ ଦୀପାବଳିର ଅଭିନନ୍ଦନ ଜଣାଇଥିଲେ ।