ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ଆମେରିକାର ପପୁଲାର ପପ୍ ଗାୟକ ନିକ ଜୋନସ ବର୍ତ୍ତମାନ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ । ସେ ପତ୍ନୀ ପ୍ରିୟଙ୍କାଙ୍କ ସହ ଏକ ବଡ ପରିବାର କରିବାକୁ ଯୋଜନା କରିଛନ୍ତି।
କଥାଟି ହେଲା ଯେ ଏକ ସାକ୍ଷାତକାରରେ ନିକ କହିଛନ୍ତି, ‘ପ୍ରିୟଙ୍କାଙ୍କ ସହ ମୁଁ ସୁନ୍ଦର ଯାତ୍ରା କରୁଛି ଏବଂ ଆଶା କରୁଛି ଯାହା ବି ଘଟିବ ଭଲ ଘଟିବ । ପିସି ପଜଲର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଖଣ୍ଡ । ଭଗବାନଙ୍କ ଦ୍ବାରା ଆମେ ଏକାଠି ଅଛି ଏବଂ ରହିବୁ ମଧ୍ୟ । ମୁଁ ଚାହୁଁଛି ଆମର ବଡ ଫ୍ୟାମିଲ ହେଉ । ଆମେ ପରସ୍ପରକୁ ପାଇଥିବାରୁ ଭଗବାନକୁ ସବୁବେଳେ ଧନ୍ୟବାଦ ମଧ୍ୟ ଜଣାଉଛୁ ।’