ହାଇଦ୍ରାବାଦ: ଆଜିର ଦୁନିଆରେ କୌଣସି ଖବର ପହଞ୍ଚିବା କଷ୍ଟକର ନୁହେଁ । ଏହାସହ ଫେକ ନ୍ୟୁଜ ମଧ୍ୟ ବ୍ୟାପିବାର ଅନେକ ଆଶଙ୍କା ରହିଛି । ପୂର୍ବରୁ ଅନେକ ବଲିଉଡ ସେଲିବ୍ରିଟି ଫେକ ନ୍ୟୁଜର ସାମ୍ନା କରିଛନ୍ତି । ନିକଟରେ ଅମିଶା ପଟେଲଙ୍କ ଦୁର୍ଘଟଣା ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ମିଛଥିଲା ଦୁର୍ଘଟଣା ଖବର, ରାଗିଲେ ଅମିଶା - instagram of ameesha
ମିଛ ଖବର ପାଇଁ ରାଗିଲେ ଅମିଶା ପଟେଲ । ଦୁର୍ଘଟଣାର ମିଛ ଖବର ସୋସିଆଲ ମିଡିଆରେ ଦେଖି ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/ameeshapatel9
ଏକ କାର ଦୁର୍ଘଟଣାର ଭାଇରାଲ ଫଟୋକୁ ନେଇ ଅମିଶାଙ୍କ ଦୁର୍ଘଟଣା ହୋଇଥିବା ଚର୍ଚ୍ଚା ହୋଇଥିଲା ପରେ ଅଭିନେତ୍ରୀ ନିଜେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି କୌଣସି ଦୁର୍ଘଟଣା ହୋଇନଥିବା ଖବର ଦେଇଥିଲେ ଓ ଏପରି ମିଛ ଖବର କାହିଁକି ସେୟାର କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ।