ମୁମ୍ବାଇ: ପୁଲୱାମା ଆକ୍ରମଣ ପରଠାରୁ ବଲିଉଡରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରାଯାଇଛି । ଏହି ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦେଖା ଦେଇଥିବା ସମସ୍ୟାରେ ବେଶୀ ପ୍ରଭାବିତ ହୋଇଛନ୍ତି କଳାକାର । ଦେଶବାସୀଠୁ ନେଇ ବି-ଟାଉନ କଳାକାରଙ୍କ ବ୍ୟାନ ଦାବି ପ୍ରସଙ୍ଗ ପରେ ଆତିଫ ସମେତ ଅନେକ ପାକିସ୍ତାନୀ କଳାକାରଙ୍କ ଉପରେ ବ୍ୟାନ ଲଗାଯାଇଥିଲା ।
ଇତିମଧ୍ୟରେ ଆତିଫଙ୍କୁ ନେଇ ବଲିଉଡର ଫେମସ ଗାୟକ ଅମାଲ ମଲ୍ଲିକ ନିଜ ଇଚ୍ଛା ପ୍ରକାଶ କରିଛନ୍ତି । ସେ ଏକ ଟ୍ବିଟ କରି ଲେଖିଛନ୍ତି କି ବଲିଉଡରେ ପାକିସ୍ତାନୀ ଗାୟକ ଆତିଫଙ୍କ ଅଭାବ ଅନୁଭବ ହେଉଛି । ପାକିସ୍ତାନର ଖବର କାଗଜ 'ଜଙ୍ଗ' ନିଜ ରିପୋର୍ଟରେ ଏହାର ସୂଚନା ଦେଇ ଲେଖିଛି ଯେ ବଲିଉଡରେ ଆତିଫଙ୍କ ଅଭାବ ଦେଖାଯାଉଛି । ଆତିଫ ଏବେ ମଧ୍ୟ ଭାରତୀୟ ସଙ୍ଗୀତକାରଙ୍କ ପ୍ରଥମ ପସନ୍ଦ ।
ଫଟୋ ସୌଜନ୍ୟ: ଟ୍ବିଟର@ଅମାଲ ମଲ୍ଲିକ ଖାଲି ଏତିକି ନୁହେଁ, ସେହି ଖବର କାଗଜରେ ଲେଖାଯାଇଛି କି ଆତିଫଙ୍କ ଜଣେ ଭାରତୀୟ ପ୍ରଶଂସକ ଟ୍ବିଟ କରି ଲେଖିଛନ୍ତି ଦୟାକରି ଆତିଫଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯାଉ । ସେ ଜଣେ ଭଲ ଗାୟକ, ଶାନଦାର ବ୍ୟକ୍ତି । ଆମେ ବଲିଉଡରେ ଆତିଫଙ୍କ ଗୀତ ଶୁଣିବାକୁ ଚାହୁଁଛୁ । ଅନ୍ୟପଟେ ଏହି ଟ୍ବିଟର ସମର୍ଥନ କରି ଅମାଲ ମଧ୍ୟ ଲେଖିଥିଲେ କି ଆତିଫଙ୍କ ଅଭାବ ଜଣାପଡୁଛି ।
ପ୍ରକାଶ ଥାଉକି 2016ରେ ଉରି ଆକ୍ରମଣ ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ପାକ କଳାକାରଙ୍କୁ ବ୍ୟାନ କରିବାର ଦାବି ଜୋର ଧରିଥିଲା । କିନ୍ତୁ ସେହି ସମୟରେ କଳାକାରଙ୍କ ଉପରେ ପ୍ରତିବନ୍ଧ ଲଗିନଥିଲା । ଏବର୍ଷ ଫେବୃଆରୀରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ କଳାକାରଙ୍କ ବ୍ୟାନ ପ୍ରସଙ୍ଗ ପୁଣି ତେଜି ଉଠିଥିଲା । ଏହାପରେ ବଲିଉଡର ସବୁ ପାକ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।