ଓଡିଶା

odisha

ETV Bharat / sitara

ପାୱାରଷ୍ଟାର ପୁନିତ ରାଜକୁମାରଙ୍କୁ ଅଲୁ ଅର୍ଜୁନଙ୍କ ଶ୍ରଦ୍ଧାଞ୍ଜଳି

ପୁଷ୍ପା: ଦ ରାଇଜ୍ ପାଇଁ ଚର୍ଚ୍ଚାରେ ଥିବା ଅଲୁ ଅର୍ଜୁନ ନିକଟରେ କନ୍ନଡ ଅଭିନେତା ପୁନିତ୍ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଲୁ ଅର୍ଜୁନ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅଧିକ ପଢନ୍ତୁ

By

Published : Feb 4, 2022, 11:55 AM IST

ସ୍ୱର୍ଗତ କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅଲୁ ଅର୍ଜୁନ
ସ୍ୱର୍ଗତ କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅଲୁ ଅର୍ଜୁନ

ହାଇଦ୍ରାବାଦ: ସାଉଥର ଷ୍ଟାଇଲିସ୍ ଷ୍ଟାର ଅଲୁ ଅର୍ଜୁନ କେବଳ ଅନସ୍କ୍ରିନରେ ନୁହେଁ ବରଂ ଅଫସ୍କ୍ରିନରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିସାରିଛନ୍ତି । ବର୍ତ୍ତମାନ ପୁଷ୍ପା: ଦ ରାଇଜ୍ ପାଇଁ ଚର୍ଚ୍ଚାରେ ଥିବା ଅଲୁ ଅର୍ଜୁନ ନିକଟରେ କନ୍ନଡ ଅଭିନେତା ପୁନିତ୍ ରାଜକୁମାରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ଅଲୁ ଅର୍ଜୁନ ଦିବଙ୍ଗତ ଅଭିନେତାଙ୍କ ପରିବାରକୁ ଭେଟି ସେମାନଙ୍କ ସହ କିଛି ସମୟ ବିତାଇଛନ୍ତି । ଅଲୁ ଅର୍ଜୁନ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି । ଅଲୁ ଅର୍ଜୁନଙ୍କ ଏହି ଟ୍ବିଟରରେ ମଧ୍ୟ ଟ୍ରେଣ୍ଡ କରୁଛି।

ପ୍ରାୟ 2 ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ଅଲୁ ଅର୍ଜୁନ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ଅଲୁ ଅର୍ଜୁନ ସ୍ବର୍ଗତ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଏବଂ ପୁନିତଙ୍କ ପରିବାର ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି । ଫଟୋ ସେୟାର କରି କ୍ୟାପସନରେ ଅଲୁ ଲେଖିଛନ୍ତି, ପୁନିତଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି... ରାଜକୁମାରଙ୍କ ପରିବାର, ବନ୍ଧୁ, ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ ମୋର ସମ୍ମାନ।

2021 ଅକ୍ଟୋବରରେ ପୁନିତ ରାଜକୁମାରଙ୍କ ଆକସ୍ମିକ ଦେହାନ୍ତରେ ସମସ୍ତେ ଚକିତ ହୋଇଯାଇଥିଲେ । 46 ବର୍ଷ ବୟସରେ ପାଓ୍ବାର ଷ୍ଟାର ପୁନିତ୍ ରାଜକୁମାରଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ପୁନିତଙ୍କ ଦେହାନ୍ତରେ ପୂରା ସିନେମା ଇଣ୍ଡ୍ରଷ୍ଟିରେ ଶୋକର ଲହରୀ ଖେଳିଯାଇଥିଲା। ପୁନିତଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details