ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କର ପ୍ରଥମ କୋରିଓଗ୍ରାଫର ସରୋଜ ଖାନଙ୍କୁ ଭାରତୀୟ ସିନେମାର ଏକ ମୂଲ୍ୟବାନ ରତ୍ନ ବୋଲି କହିଛନ୍ତି । ସରୋଜ ଖାନ 2001 ତେଲୁଗୁ ଚଳଚ୍ଚିତ୍ର 'ଡ୍ୟାଡି'ରେ ଅଲୁଙ୍କୁ ଡ୍ୟାନ୍ସ ଷ୍ଟେପ ଶିଖାଇଥିଲେ ।
ସରୋଜ ଖାନ ଭାରତୀୟ ସିନେମାର ମୂଲ୍ୟବାନ ରତ୍ନ ଥିଲେ: ଅଲୁ ଅର୍ଜୁନ - allu arjun bows down to his 1st choreographer
ଅଲୁ ଅର୍ଜୁନ ତାଙ୍କର 'ପ୍ରଥମ କୋରିଓଗ୍ରାଫର' ସରୋଜ ଖାନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କିଛି ଫଟୋ ସେୟାର କରି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ଅଧିକ ପଢନ୍ତୁ...
ସରୋଜ ଖାନ ଭାରତୀୟ ସିନେମାର ମୂଲ୍ୟବାନ ରତ୍ନ ଥିଲେ: ଅଲୁ ଅର୍ଜୁନ
ସେ ଟୁଇଟ୍ କରି କହିଛନ୍ତି, "ସରୋଜ ଜୀ, ଜଣେ ଭେଟେରାଇନ୍ କୋରିଓଗ୍ରାଫର୍ ଆଉ ଆମ ମଧ୍ୟରେ ନାହାଁନ୍ତି । ସେ 'ଡ୍ୟାଡି' ଚଳଚ୍ଚିତ୍ରରେ ମୋର ପ୍ରଥମ କୋରିଓଗ୍ରାଫର୍ ଥିଲେ । ମୁଁ ତାଙ୍କ କାର୍ଯ୍ୟକୁ ସର୍ବଦା ପ୍ରଶଂସା କରୁଥିଲି । ସେ ଭାରତୀୟ ସିନେମାରେ ଏକ ମୂଲ୍ୟବାନ ଏବଂ ଅପୂରଣୀୟ ରତ୍ନ ଥିଲେ । ମୁଁ ତାଙ୍କ ପରିବାର ତଥା ପ୍ରିୟଜନଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।
ପ୍ରକାଶ ଥାଉ କି, ଶୁକ୍ରବାର ଦିନ ହୃଦ୍ଘାତ ହେତୁ ସରୋଜ ଖାନଙ୍କ 71 ବର୍ଷ ବୟସରେ ଦେହାନ୍ତ ହୋଇଛି ।