ମୁମ୍ବାଇ: ଲକଡାଉନ ପାଇଁ ସମସ୍ତେ ନିଜ ନିଜ ଘରେ ସମୟ ବିତାଉଛନ୍ତି । ଘରେ ପିତା-ମାତା ଏହି ସମୟରେ ନିଜ ପିଲାଙ୍କ ଶିକ୍ଷକ, ଶିକ୍ଷୟତ୍ରୀ ସାଜିଛନ୍ତି । ତେଣୁ ଏଥି ନିମନ୍ତେ ବହୁତ ଗୁରୁତ୍ବପୂର୍ଣ୍ଣ ହେଲା ଯେ ପିଲାମାନଙ୍କୁ ପିତା-ମାତା କେଉଁ କାହାଣୀ ଶୁଣାଉଛନ୍ତି । ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ ଓ ରୋନି ସ୍କ୍ରୁୱାଲଙ୍କ ସ୍ପେଶାଲ ସଟ ଫିଲ୍ମ ‘ନଟଖଟ’ ଏମିତି ଏକ ଫିଲ୍ମ । ଯାହାକୁ ପିତା-ମାତା, ଶିକ୍ଷୟ, ଶିକ୍ଷୟତ୍ରୀ ଓ ପିଲାମାନଙ୍କୁ ଦେଖିବାକୁ ଆବଶ୍ୟକ ଅଛି ।
ଫିଲ୍ମଟି ଲିଙ୍ଗଗତ ଅସମାନତା, ଦୁଷ୍କର୍ମ, ସଂସ୍କୃତି, ପାରିବାରିକ ହିଂସା ଏବଂ ଅନ୍ୟାନ୍ୟ ଅନେକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ପର୍ଯ୍ୟୟବେଶିତ । ଖାଲି ଏତିକି ନୁହେଁ ପିତୃପୁରୁଷ ଏବଂ ନକାରାତ୍ମକ ପୁରୁଷତ୍ବ ଭଳି କଠିନ ପ୍ରସଙ୍ଗକୁ ସମାଧାନ ମଧ୍ୟ କରୁଛି ।