ନୂଆଦିଲ୍ଲୀ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏକାଠି 3 ଟି ଫିଲ୍ମରେ କାମ କରିଛନ୍ତି ଏବଂ ଏହି ତିନିଟି ଯାକ ସୁପରହିଟ୍ ହୋଇଛି । ଏହି ଚଳଚ୍ଚିତ୍ରଗୁଡ଼ିକ ଥିଲା 'ଗୋଲିୟୋ କି ରାସଲିଲା - ରାମ ଲୀଲା', 'ବାଜିରାଓ ମସ୍ତାନୀ' ଏବଂ 'ପଦ୍ମାବତ୍' । ଯାହାକୁ ନେଇ ପ୍ରଶଂସକମାନେ ଭଂସାଲୀ ଏବଂ ଦୀପିକାଙ୍କ ଯୋଡିର ଅଧିକ ଚଳଚ୍ଚିତ୍ର ଦେଖିବାକୁ ଚାହାଁନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ, ଦୁହିଁଙ୍କ ମଧ୍ୟରେ କିଛି ମନମାଳିନ୍ୟ ହୋଇଛି ଏବଂ ଦୀପିକା ଏହି ସମୟରେ ଭଂସାଲୀଙ୍କ ଉପରେ ରାଗିଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ସୂତ୍ରରୁ ଜଣାଯାଇଛି ଯେ, ଭଂସାଲୀ ଦୀପିକାଙ୍କୁ ଆଲିଆ ଭଟ୍ଟଙ୍କ ଫିଲ୍ମ ' ଗଙ୍ଗୁବାଇ କାଠିଆୱାଡି'ର ଏକ ଡ୍ୟାନ୍ସ ନମ୍ବର ପାଇଁ ଅଫର ଦେଇଥିଲେ । କିନ୍ତୁ ଦୀପିକା ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଭଂସାଲୀ ଦୀପିକାଙ୍କୁ 'ହିରା ମଣ୍ଡି'ରେ ଏକ ବିଶେଷ ଭୂମିକା ପାଇଁ ଅଫର ମଧ୍ୟ ଦେଇଥିଲେ, କିନ୍ତୁ ଦୀପିକା ମଧ୍ୟ ଏଥିରେ କାମ କରିବାକୁ ମନା କରିଦେଇଥିଲେ। ଦୀପିକା 2ଟି ଅଫର ପ୍ରତ୍ୟାଖ୍ୟାନ କରିବା ପରେ ଭଂସାଲୀ ମଧ୍ୟ ତାଙ୍କ ଉପରେ ରାଗିଛନ୍ତି ।
ପ୍ରକାଶ ଯେ, ଭଂସାଲୀ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଦୀପିକାଙ୍କ ସହ 'ବୈଜୁ ବାବରା' ନିର୍ମାଣ କରିବାକୁ ଯୋଜନା କରିଥିଲେ।