ଓଡିଶା

odisha

ETV Bharat / sitara

କ୍ରିସ୍ ମାସ ଛୁଟି ପରେ ‘ଗଙ୍ଗୁବାଇ କାଠିଆୱାଡି’ର ସୁଟିଂ ଆରମ୍ଭ କଲେ ଆଲିଆ - ‘ଗଙ୍ଗୁବାଇ କାଠିଆୱାଡି’ ର ସୁଟିଂ ଆରମ୍ଭ କଲେ ଆଲିଆ

କ୍ରିସ୍ ମାସ ପାର୍ଟୀ ସେଲିବ୍ରେଟ କରିବା ପରେ ଏବେ କାମକୁ ଫେରିଛନ୍ତି ଆଲିଆ । ବର୍ତ୍ତମାନ ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ର ସୁଟିଂ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

alia-started-shooting-for-gangubai-kathiawadi-film-shared-a-photo
କ୍ରିସ୍ ମାସ ଛୁଟି ପରେ ‘ଗଙ୍ଗୁବାଇ କାଠିଆୱାଡି’ ର ସୁଟିଂ ଆରମ୍ଭ କଲେ ଆଲିଆ

By

Published : Dec 28, 2020, 7:19 AM IST

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବଏଫ୍ରେଣ୍ତ ତଥା ଅଭିନେତା ରଣବୀର କପୁର ଏବଂ ତାଙ୍କ ପରିବାରଙ୍କ ସହ କ୍ରିସ୍ ମାସ ପାର୍ଟୀ ସେଲିବ୍ରେଟ କରିବା ପରେ ଏବେ କାମକୁ ଫେରିଛନ୍ତି । ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ର ସୁଟିଂ ଆରମ୍ଭ କରିଛନ୍ତି।

ଆଲିଆ ଇନଷ୍ଟାଗ୍ରାମରେ ଏକ ସେଲଫି ସେୟାର କରିଛନ୍ତି। ସେଲଫିରେ ଆଲିଆ ମେକଅପ୍ ପାଇଁ ଏକ ଚେୟାରରେ ବସିଥିବାର ନଜର ଆସିଛନ୍ତି । ଆଲିଆ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ପୂର୍ବରୁ ସେ ମହାବଲେଶ୍ବରରେ ଏସ୍ ରାଜାମୈଉଲିଙ୍କ 'RRR' ସୁଟିଂ କରୁଥିଲେ।

ଇନଷ୍ଟାଗ୍ରାମରେ ସେଲଫି ସେୟାର କରି କ୍ୟାପସନ୍ ରେ ଆଲିଆ ଲେଖିଛନ୍ତି, 'ମୁଁ କାମକୁ ଫେରିଛି'। ଆଲିଆ ସେଲଫିରେ କଳା ରଙ୍ଗର ପୋଷା ପିନ୍ଧି ଦର୍ପଣ ସାମ୍ନାରେ ବସିଛନ୍ତି । ଏହି ଚଳଚ୍ଚିତ୍ରଟି ମୁମ୍ବାଇର ମାଫିଆ କୁଇନ୍ସ ଉପରେ ଆଧାରିତ ।

ରିପୋର୍ଟ ଅନୁଯାୟୀ, ଅକ୍ଟୋବର ମାସରେ ଲକଡାଉନ୍ ପରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା। ପ୍ରକାଶ ଥାଉ ଯେ, ଆସନ୍ତା ବର୍ଷର ଫିଲ୍ମ 'ବ୍ରହ୍ମାସ୍ତ୍ର', 'RRR', 'ଗଙ୍ଗୁବାଇ' ଭଳି ଅନେକ ଚଳଚ୍ଚିତ୍ରରେ ଆଲିଆଙ୍କୁ ଦେଖିବାକୁ ମିଳିବ ।

For All Latest Updates

ABOUT THE AUTHOR

...view details