ଓଡିଶା

odisha

ETV Bharat / sitara

Brahmastra Shooting: ବନାରସ ଘାଟରେ ଆଲିଆ-ରଣବୀର, ଚାଲିଛି ସୁଟିଂ

ଆଲିଆ ଭଟ୍ଟ ଏବଂ ରଣବୀର କପୁର ବର୍ତ୍ତମାନ ବାରଣାସୀରେ ସେମାନଙ୍କର ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ କରୁଛନ୍ତି । ଏହି ଚଳଚ୍ଚିତ୍ରଟି 9 ସେପ୍ଟେମ୍ବର 2022ରେ ସିନେମାରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ

By

Published : Mar 23, 2022, 1:08 PM IST

ବନାରସ ଘାଟରେ ଲଭ ବାର୍ଡ ଆଲିଆ-ରଣବୀର
ବନାରସ ଘାଟରେ ଲଭ ବାର୍ଡ ଆଲିଆ-ରଣବୀର

ହାଇଦ୍ରାବାଦ: ବଲିଉଡର ସବୁଠାରୁ ପ୍ରିୟ କପୁଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବର୍ତ୍ତମାନ ବାରଣାସୀରେ ସେମାନଙ୍କର ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସୁଟିଂ କରୁଛନ୍ତି । ଏହି ଚଳଚ୍ଚିତ୍ରଟି 9 ସେପ୍ଟେମ୍ବର 2022 ରେ ସିନେମାରେ ମୁକ୍ତିଲାଭ କରିବ । ନିକଟରେ ଉଭୟଙ୍କୁ ବନାରସ ଘାଟରେ ଦେଖିବାକୁ ମିଳିଛି ​​। ଏଠାରୁ ଆଲିଆ ଏବଂ ରଣବୀରଙ୍କର ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟଙ୍କ ମଧ୍ୟରେ ଭଲପାଇବାର ଏକ ଝଲକ ସ୍ପଷ୍ଚ ଦେଖାଯାଉଛି । ଏହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି । ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'ର ଏକ ଗୀତ ଯାହାର କାହାଣୀ ସହିତ ଗଭୀର ସମ୍ପର୍କ ରହିଛି, ମାର୍ଚ୍ଚ 22ରୁ ଗଙ୍ଗାରେ ଡଙ୍ଗା ଓ ବ୍ୟାରେଜରେ ସୁଟିଂ କରାଯିବ ।

ଏହି ଚଳଚ୍ଚିତ୍ରର ସୁଟିଂ ବନାରସରେ ଭୈସାସୁରରୁ ଚେତା ସିଂ ଘାଟ ମଧ୍ୟରେ କରାଯିବ । ଇତି ମଧ୍ୟରେ ବର୍ତ୍ତମାନ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏକାଠି ନଜର ଆସିଥିଲେ ଯେଉଁଠାରେ ସେମାନେ ନିଜ ଫିଲ୍ମର ସୁଟିଂ କରିବାକୁ ଯାଉଛନ୍ତି । ବ୍ରହ୍ମାସ୍ତ୍ରର ସୁଟିଂ ପାଇଁ ରଣବୀର ଏବଂ ଆଲିଆ ଜୁନ୍ 2019ରେ ବନାରସ ଆସିଥିଲେ । ସେହି ସମୟରେ ଅତ୍ୟଧିକ ଖରା ଗରମ ଯୋଗୁଁ ରଣବୀରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା, ଯେଉଁଥିପାଇଁ ମଝିରୁ ହିଁ ଏହି ଚଳଚ୍ଚିତ୍ରର ସୁଟିଂ ବନ୍ଦ କରାଯାଇଥିଲା ।

ଏହା ପରେ, ଫିଲ୍ମର ପରବର୍ତ୍ତୀ ସୁଟିଂ କାର୍ଯ୍ୟସୂଚୀ ଜୁନ୍ 2020ରେ ହୋଇଥିଲା କିନ୍ତୁ କୋରୋନା ମହାମାରୀ ହେତୁ ଫିଲ୍ମର ସୁଟିଂ ହୋଇପାରିନଥିଲା ଏବଂ ପ୍ରାୟ ଦୁଇ ବର୍ଷ ପରେ ଉଭୟେ ପୁଣିଥରେ ଗୀତର ସୁଟିଂ ପାଇଁ ବନାରସରେ ପହଞ୍ଚିଛନ୍ତି । ଅୟାନ୍ ମୁଖାର୍ଜୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଏବଂ ଏହି ଚଳଚ୍ଚିତ୍ରର ବଜେଟ୍ ପ୍ରାୟ ତିନି ଶହ କୋଟି ରହିଛି । 'ବ୍ରହ୍ମାସ୍ତ୍ର'ର ପ୍ରଥମ ଏପିସୋଡରେ ରଣବୀରଙ୍କୁ ଶିବଙ୍କର ଏକ ଅଂଶ ଭାବରେ ଦର୍ଶାଯାଇଛି । ଏହି ସମୟରେ ଦେବ କନ୍ୟା ଆଲିଆଙ୍କ ଚରିତ୍ରର ନାମ ହେଉଛି ଇହା ।

ଏହି 3D ଚଳଚ୍ଚିତ୍ର ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ମଧ୍ୟ ହେବ । କେବଳ ଏତିକି ନୁହେଁ, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସହ ଅମିତାଭ ବଚ୍ଚନ, ମୋନି ରୟ ଏବଂ ନାଗାର୍ଜୁନ ମଧ୍ୟ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିବେ। ତେବେ ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ମୁକ୍ତିଲାଭ କରିପାରେ ବୋଲି ଆଶା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details