ଓଡିଶା

odisha

ETV Bharat / sitara

ବାପାଙ୍କ ଜନ୍ମଦିନରେ ହୃଦୟସ୍ପର୍ଶୀ ନୋଟ୍‌ ଲେଖିଲେ ଆଲିଆ - ବାପାଙ୍କ ଜନ୍ମଦିନରେ ଏକ ହୃଦୟସ୍ପର୍ଶୀ ନୋଟ୍

ଆଜି ବଲିଉଡର ନିର୍ଦ୍ଦେଶକ, ନିର୍ମାତା ତଥା ସ୍କ୍ରିନ୍ ରାଇଟର ମହେଶ ଭଟ୍ଟଙ୍କ 72 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଝିଅ ଆଲିଆ ଏବଂ ପୂଜା ଭଟ୍ଟ, ପତ୍ନୀ ସୋନି ରଜଦାନ, ଅଭିନେତା ଗୁଲଶନ ଗ୍ରୋଭର ଏବଂ ନୀନା ଗୁପ୍ତାଙ୍କ ସହିତ ଅନେକ ବଲିଉଡ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢନ୍ତୁ...

Alia pens heartfelt note for 'Mufasa', Soni Razdan for her 'sweetheart'
ବାପାଙ୍କ ଜନ୍ମଦିନରେ ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଲେ ଆଲିଆ

By

Published : Sep 20, 2020, 8:04 PM IST

ମୁମ୍ବାଇ: ଆଜି ବଲିଉଡର ନିର୍ଦ୍ଦେଶକ, ନିର୍ମାତା ତଥା ସ୍କ୍ରିନ୍ ରାଇଟର ମହେଶ ଭଟ୍ଟ 72 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଝିଅ ଆଲିଆ ଏବଂ ପୂଜା ଭଟ୍ଟ, ପତ୍ନୀ ସୋନି ରଜଦାନ, ଅଭିନେତା ଗୁଲଶନ ଗ୍ରୋଭର ଏବଂ ନୀନା ଗୁପ୍ତାଙ୍କ ସହିତ ଅନେକ ବଲିଉଡ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଆଲିଆ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ଫଟୋ ପିଲାଦିନର, ଯେଉଁଥିରେ ମହେଶ ଆଲିଆଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି ।

ଫଟୋ ସହିତ କ୍ୟାପସନରେ ଆଲିଆ ଲେଖିଛନ୍ତି, ଆଜି ମତେ କହିବାକୁ କିଛି ଭାଷା ମିଳୁନାହିଁ , କିନ୍ତୁ ମୁଁ ଗୋଟିଏ କଥା କହିବି ନିଜକୁ ଦେଖ, ତୁମେ ଯାହା ମନେରଖ ତୁମେ କିଏ । ହାପି ବର୍ଥଡେ ମୋର ମୁଫାସା । ତୁମେ ଜଣେ ବହୁତ ଭଲ ମଣିଷ। ଆଉ କିଛି ବିଶ୍ବାସ କର ନାହିଁ" ।

ସୋନି ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ସୁଇଟହାର୍ଟ। ତୁମର ଉତ୍ତମ ଜ୍ଞାନ ଆମକୁ ପ୍ରେରଣା ଯୋଗାଇ ଥାଏ।

ଆଜିର ଏହି ବିଶେଷ ଦିନରେ ବହୁ କଳାକାରମାନେ ମହେଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ନୀନା ଗୁପ୍ତା ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମହେଶ।

ଅଭିନେତା ଆହାନା କୁମାର କହିଛନ୍ତି, ଜନ୍ମଦିନର ଶୁଭେଚ୍ଛା ସାର୍ ।

ଅଭିନେତ୍ରୀ ଦିଆ ମିର୍ଜା ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ଭଟ୍ଟ ସାହାବ।

ଅଭିନେତା ଗୁଲଶନ ଗ୍ରୋଭର ଟ୍ବିଟ୍ କରି କହିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ଭଟ୍ଟ ସାହାବ । ମୋତେ ଆପଣ ଅର୍ଥ, ସାର୍, ନାରାଜ, ନଜାୟାଜ, ଅଙ୍ଗାରାୟ, ଜିସ୍ମ, ପାପ, ଧୋକା, ଗ୍ୟାଙ୍ଗଷ୍ଟର, ସଡକ -2 ଏବଂ ଅନ୍ୟାନ୍ୟରେ କାଷ୍ଟିଂ କରିଥିବାରୁ ଧନ୍ୟବାଦ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details