ଓଡିଶା

odisha

ETV Bharat / sitara

କଙ୍ଗନାଙ୍କ ଜବାବର ପ୍ରତିକ୍ରିୟା ଦେଲେ ଆଲିୟା

କଙ୍ଗନା ରଣାୱତ ଖୁବ୍ ପ୍ରଶଂସା କରିଛନ୍ତି ଆଲିୟା ଭଟ୍ଟ । କିଛି ଦିନ ପୂର୍ବରୁ କଙ୍ଗନା ଅଭିନେତା ରଣବୀର କପୁର, ରଣଭୀର ସିଂହ ଓ ଆଲିୟା ଭଟ୍ଟଙ୍କ ଉପରେ ନିଜର କ୍ରୋଧ ଜାହିର କରିଥିଲେ । ଯାହାକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ଆଲିୟା ।

By

Published : Mar 8, 2019, 5:12 AM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: କିଛି ଦିନ ପୂର୍ବରୁ ବି-ଟାଉନର କୁଇନ କଙ୍ଗନା ରଣାୱତ ଅଭିନେତା ରଣବୀର କପୁର, ରଣଭୀର ସିଂହ ଓ ଆଲିୟା ଭଟ୍ଟଙ୍କ ଉପରେ ନିଜର କ୍ରୋଧ ଜାହିର କରିଥିଲେ । ତିନି ଆକ୍ଟର୍ସ ଦେଶର ରାଜନୀତିକ ପ୍ରସଙ୍ଗ ଉପରେ ଦାୟିତ୍ବହୀନ ବୟାନ ଦେଇଥିବାରୁ କଙ୍ଗନା ତାଙ୍କର ଖୁବ୍ ଆଲୋଚନା କରିଥିଲେ । ଏବେ କଙ୍ଗନାଙ୍କ ଟିପ୍ପଣୀ ଉପରେ ଆଲିୟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏକ ସାକ୍ଷାତକାରରେ ଆଲିୟା ଏହି ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଥିବାର ନଜର ଆସିଥିଲେ ।

କଙ୍ଗନାଙ୍କ ଜବାବରେ ଆଲିୟା କହିଥିଲେ କି ତାଙ୍କ ଭିତରେ କଙ୍ଗନାଙ୍କ ଭଳି ଖୁଲମଖୁଲା କହିବାର କ୍ଷମତା ନାହିଁ । କିନ୍ତୁ ସେ ତାଙ୍କ ସାହସିକତାର ସମ୍ମାନ କରନ୍ତି । ସେମିତି ଦେଖିବାକୁ ଗଲେ ଗୋଟିଏ ପକ୍ଷରେ ସେ ଠିକ୍ ମଧ୍ୟ କହୁଛନ୍ତି । କେବେ କେବେ ଏମିତି ହୋଇଥାଏ କି ଆମେ ବ୍ୟାକଷ୍ଟେପ ନେଇଥାଉ । ଆମକୁ ଲାଗିଥାଏ କି କଣ ପାଇଁ ଫାଲତୁରେ କହିବୁ ।

ଆଲିୟା, କଙ୍ଗନାଙ୍କ ପ୍ରଶଂସା ମଧ୍ୟ ଖୁବ୍ କରିଥିଲେ । ସେ କଙ୍ଗନାଙ୍କ କଥା ହେବା ଶୈଳୀର ମଧ୍ୟ ଖୁବ୍ ପ୍ରଶଂସା କରିଥିଲେ । କଙ୍ଗନା ବାସ୍ତବରେ ବହୁତ ଶାନଦାର ରୂପେ କହିଥାଆନ୍ତି । ଆଲିୟା ଆହୁରି କହିଥିଲେ କି ତାଙ୍କର ମଧ୍ୟ ବିଚାର ଅଛି, କିନ୍ତୁ ସେ ନିଜ ପର୍ଯ୍ୟନ୍ତ ସୀମିତ ରଖିଥାଆନ୍ତି ।

ପ୍ରକାଶ ଥାଉକି ମଣିକର୍ଣ୍ଣିକାର ସଫଳତା ପାର୍ଟିରେ ମିଡିଆ ସହ କଥାବାର୍ତ୍ତା କରି କଙ୍ଗନା ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ନିଜ କ୍ରୋଧ ଜାହିର କରିଥିଲେ । ଅନେକ ଲୋକ କହୁଛନ୍ତି କି ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ । ତାଙ୍କ ଘରେ ପର୍ଯ୍ୟାପ୍ତ ଲାଇଟ ଏବଂ ପାଣି ଆସୁଛି । ତେଣୁ ଏଥି ନିମନ୍ତେ ସେ ନିଜର ରାଜନୀତି ଭ୍ୟୁ ରଖିବାକୁ ଚାହୁଁନାହାଁନ୍ତି । ଏପରି ବୟାନ କେବଳ ଅଣ ନାଗରିକ ଦେଇପାରିବେ । ଜଣେ କଳାକାର ହେବା ରୂପେ ଆମର ଦାୟିତ୍ବ ହେଲା କି ଲୋକଙ୍କୁ ଏକଜୁଟ କରିବା କଥା । କିନ୍ତୁ ବର୍ତ୍ତମାନ ସମସ୍ତେ ନିଜର କର୍ତ୍ତବ୍ୟ ଭୁଲିଯାଇଛନ୍ତି ବୋଲି କହିଥିଲେ କଙ୍ଗନା ।

For All Latest Updates

ABOUT THE AUTHOR

...view details