ଓଡିଶା

odisha

ETV Bharat / sitara

ମ୍ୟୁଜିକ ଭିଡିଓରେ ଆଲିୟାଙ୍କ ଡେବ୍ୟୁ, ରିଲିଜ ହେଲା ‘ପ୍ରାଡା’ ସଙ୍ଗ

ମ୍ୟୁଜିକ ଭିଡିଓରେ ପଦାର୍ପଣ କଲେ ଆଲିୟା । ଧୁମଧଡାକ ଗୀତ ସହ ଡାନ୍ସର ଜବରଦସ୍ତ ତଡକା ଲଗାଉଥିବା ନଜର ଆସୁଛନ୍ତି ଆଲିୟା ।

By

Published : Aug 13, 2019, 5:34 PM IST

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ସବୁବେଳେ ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ କିଣିବାରେ ସଫଳ ହେଉଛନ୍ତି । ଏଥର ସେ ଫିଲ୍ମ ବ୍ୟତୀତ ଏକ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି । ଆଲିୟାଙ୍କ ପ୍ରଥମ ଭିଡିଓ ଆଲବମ ଗୀତ ‘ପ୍ରାଡା’ ରିଲିଜ ହୋଇଯାଇଛି । ଏହି ଭିଡିଓରେ ଆଲିୟା ପଞ୍ଜାବୀ ଗୀତ ‘ଲମ୍ବରଗିନି’ ଫେମ ଗ୍ରୁପ ଦ ଦୁରବିନଙ୍କ ସହ ନଜର ଆସୁଛନ୍ତି ।

ଏହି ଅବସରରେ ଆଲିୟା ଇନଷ୍ଟାଗ୍ରାମରେ ଏବଂ ଟ୍ବିଟରରେ ଗୀତର ଲିଙ୍କ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏଠାରେ ଦେଖନ୍ତୁ ପ୍ରାଡା ସଙ୍ଗ’ ।

‘ପ୍ରାଡା’ ଗୀତ ଦ ଦୁରବିନ ଓ ଶ୍ରେୟା ଶର୍ମା ଗାଇଛନ୍ତି । ଗୀତରେ ଆଲିୟା ଗ୍ଲାମରସ ଅବତାରରେ ଦେଖାଯାଉଛନ୍ତି । ଆଉ ତାଙ୍କ ଜବରଦସ୍ତ ଡାନ୍ସ ମୁଭ୍ସ ଦର୍ଶକଙ୍କୁ ମଧ୍ୟ ଦିୱାନା କରିଛି । ଏହି ଗୀତକୁ ଜ୍ୟାକି ଭଗନାନି ରେକର୍ଡ ‘ଜଷ୍ଟ ମ୍ୟୁଜିକ’ ପ୍ରେଜେଣ୍ଟ କରିଛି । ସେହିପରି ଗୀତର କୋରିଓଗ୍ରାଫି ବୋସ୍କୋ ମାର୍ଟିନ କରିଛନ୍ତି ।

‘ପ୍ରାଡା’ ରିଲିଜର ମାତ୍ର 3 ଘଣ୍ଟା ମଧ୍ୟରେ ଲକ୍ଷରୁ ଅଧିକ ଭିୟ୍ୟୁଜ ମିଳିସାରିଲାଣି । ପ୍ରକାଶ ଥାଉକି ଆଲିୟା ଆଜିକାଲି ନିଜର ଆଗାମୀ ଫିଲ୍ମ ‘ସଡକ-2’ର ସୁଟିଂ ପାଇଁ ଉଟିରେ ଅଛନ୍ତି । ‘ସଡକ-2’ 1991ରେ ଆସିଥିବା ବ୍ଲକବଷ୍ଟର ଫିଲ୍ମ ‘ସଡକ’ର ସିକ୍ବେଲ ଫିଲ୍ମ । ଯାହାକୁ ନିର୍ଦ୍ଦେଶିତ କରିଥିଲେ ଫେମସ ନିର୍ମାତା ତଥା ଆଲିୟାଙ୍କ ପିତ ମହେଶ ଭଟ୍ଟ । ଏଥର ମଧ୍ୟ ସେ ‘ସଡକ-2’ର ମଧ୍ୟ ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି । ଫିଲ୍ମରେ ଆଲିୟାଙ୍କ ସହ ଆଦିତ୍ୟ ରାୟ କପୁର, ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ABOUT THE AUTHOR

...view details