ମୁମ୍ବାଇ: ଲୋକପ୍ରିୟ ନିର୍ମାତା ଓ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଥିୟାୱାଡି’ର ସେଟ ଏବେ ଭଙ୍ଗା ଯିବନାହିଁ । କାରଣ ପୁଣିଥରେ ସଞ୍ଜୟ ସେହି ସେଟରେ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଏହି ଫିଲ୍ମ ଖୁବଶୀଘ୍ର ଦେଖିବାକୁ ଯାଉଛନ୍ତି ଦର୍ଶକ ।
ପୁନଃ ଆରମ୍ଭ ହେବ ‘ଗଙ୍ଗୁବାଇ କାଥିୟାୱାଡି’ର ସୁଟିଂ - ଆଲିୟା ଭଟ୍ଟଙ୍କ ‘ଗଙ୍ଗୁବାଇ କାଥିୟାୱାଡି’
ଆଲିୟା ଭଟ୍ଟଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ଖୁବଶୀଘ୍ର ତାଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଥିୟାୱାଡି’ ହେବ ରିଲିଜ । ଆଉ କିଛି ଦିନ ପରେ ଆରମ୍ଭ ହେବ ଆଗାମୀ ସୁଟିଂ ।
![ପୁନଃ ଆରମ୍ଭ ହେବ ‘ଗଙ୍ଗୁବାଇ କାଥିୟାୱାଡି’ର ସୁଟିଂ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ](https://etvbharatimages.akamaized.net/etvbharat/prod-images/768-512-7539188-106-7539188-1591693306208.jpg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫିଲ୍ମର ସେଟ ମୁମ୍ବାଇ ଫିଲ୍ମ ସିଟିରେ ସ୍ଥାପନ କରାଯାଇଛି । ଲକଡାଉନ ପାଇଁ ପାଖାପାଖି 2 ମାସ ହେବ ସେଟ ପୁରା ବେକାର ପଡିଥିଲା । ମହାରାଷ୍ଟ୍ର ସରକାରଙ୍କ ସୁଟିଂ ଆରମ୍ଭ କରିବା ଆଦେଶ ମିଳିବା ପରେ ନିର୍ମାତା ପୁଣିଥରେ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।
ସଞ୍ଜୟ ପୁଣିଥରେ ସୁଟିଂ ଆରମ୍ଭ କରିବା ପୂର୍ବରୁ ପୁନଃ ସେଟ ନିର୍ମାଣ କରିଛନ୍ତି । ଏହାସହ ବର୍ଷାରୁ ସେଟକୁ ବଞ୍ଚାଇବା ପାଇଁ ତାରପାଲିନ ଦ୍ବାରା ପୁରା କଭର କରାଯାଇଛି । ପ୍ରକାଶ ଥାଉକି ରବିବାର 10ରୁ 12 ଜଣ କର୍ମଚାରୀ ସେଟରେ କାମ କରୁଥିବାର ନଜର ଆସିଥିଲେ ।