ଓଡିଶା

odisha

ETV Bharat / sitara

ଆଲିୟାଙ୍କ ଦ୍ୱିତୀୟ ବାପା, ଏମିତି ଜଣାଇଲେ ଜନ୍ମଦିନ ଶୁଭେଚ୍ଛା - କରନ ଜୋହରଙ୍କୁ ବର୍ଥଡେ ୱିଶ କଲେ ଆଲିୟା ଭଟ୍ଟ

ସୋସିଆଲ ମିଡିଆରେ ଭିନ୍ନ ଅନ୍ଦାଜରେ କରନ ଜୋହରଙ୍କୁ ବର୍ଥଡେ ୱିଶ କଲେ ଆଲିୟା ଭଟ୍ଟ। 48 ବର୍ଷରେ ଆଜି ପଦାର୍ପଣ କରିଛନ୍ତି କରନ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

By

Published : May 25, 2020, 8:08 PM IST

ମୁମ୍ବାଇ: ଆଜି ଲୋକପ୍ରିୟ ନିର୍ମାତା କରନ ଜୋହରଙ୍କ 48ତମ ଜନ୍ମଦିନ। ଏଭଳି ପରିସ୍ଥିତିରେ ବଲିଉଡର ସମସ୍ତ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ସୋସିଆଲ ମିଡିଆରେ ବର୍ଥଡେ ୱିଶ କରିବାରେ ଲାଗିଛନ୍ତି। ବି-ଟାଉନର ଡିଭା ସୋନମ କପୁରଙ୍କ ଠୁ ନେଇ ଭୁମି ପେଡନେକର, ଅନୁଷ୍କା ଶର୍ମା, କାଜଲ ଏବଂ କରୀନା କପୁର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇସାରିଲେଣି । ଆଉ ଏବେ ତାଙ୍କ କ୍ୟୁଟ ଅଭିନେତ୍ରୀ ଆଲିଆ ଭଟ୍ଟ ଶାନଦାର ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି।

ସେ ଏକ ସୁନ୍ଦର ପୋଷ୍ଟରେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମୋର ବନ୍ଧୁ, ବାପା,ପରିବାର। ତୁମ ସହିତ ବହୁତ ଖୁସି ବିତାଇବା, ତୁମଠୁ ଅନେକ ପ୍ରେମ ପାଇବା, ଫିଲ୍ମ ନିର୍ମାଣ କରିବା ଓ ସେଲ୍ଫି ଉଠାଇବା ଏବଂ ଫଟୋ ପୋଜ କରିବାର ନାମ।’

ପୋଷ୍ଟରେ ଆଲିଆ ନିଜ ସହ କରନଙ୍କ ଏକ ଗ୍ଲାମରସ୍ ଫଟୋ ସେୟାର କରିଛନ୍ତି । ପ୍ରକାଶ ଥାଉକି ଯେ ଆଲିଆ, କରନଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’, ‘ହମ୍ପ୍ଟି ଶର୍ମା କି ଦୁଲହନିଆ’, ‘ବଦ୍ରିନାଥ କି ଦୁଲହନିଆ’, କଲଙ୍କରେ କାମ କରିସାରିଛନ୍ତି। କରନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଲିଆଙ୍କୁ ନିଜ ଫିଲ୍ମ ଜରିଆରେ ଆଲିୟାଙ୍କୁ ଡେବ୍ୟୁ କରାଇଥିଲେ।

ABOUT THE AUTHOR

...view details