ମୁମ୍ବାଇ: ବୟଫ୍ରେଣ୍ଡ ରଣବୀର କପୁରଙ୍କ ପରେ ଏବେ ଆଲିଆ ଭଟ୍ଟଙ୍କୁ କୋରୋନା । ଯାହାକୁ ନେଇ ନିରାଶ ତାଙ୍କ ଫ୍ୟାନ୍ସ । ନିକଟରେ ଆମୀର ଖାନ, ତାରା ସୁତାରିଆଙ୍କ ଭଳି ସେଲିବ୍ରିଟିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଆଉ ଏବେ ଆଲିଆଙ୍କ କୋରୋନା କଥା ଶୁଣିବାକୁ ମିଳୁଛି । ଯାହାର ଖୁଲାସା ଫିଲ୍ମ ଫେୟାର ସୋସିଆଲ ମିଡିଆ ଆକାଉଣ୍ଟରେ କରାଯାଇଛି ।
ଗୁରୁବାର ବିଳମ୍ବିତ ରାତିରେ ଆଲିଆଙ୍କ ଏକ ଫଟୋ ପୋଷ୍ଟ କରାଯାଇଥିଲା । ଯାହାର କ୍ୟାପସନରେ ଲେଖାଯାଇଥିଲା, ‘ଆଲିଆଙ୍କ କୋରୋନା ରିପୋର୍ଟ ପଜିଟିଭ । ଆମେ ପ୍ରାର୍ଥନା କରୁଛୁ ଅଭିନେତ୍ରୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।’