ମୁମ୍ବାଇ: ବି-ଟାଉନର କ୍ୟୁଟ ଆଲିୟା ଭଟ୍ଟଙ୍କ ଦୁଇଟି ଫିଲ୍ମ ବର୍ତ୍ତମାନ ଚର୍ଚ୍ଚାରେ । ଆୟନ ମୁଖାର୍ଜୀଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଶେଷ ହେବାକୁ ଯାଉଛି । ଏହାବ୍ୟତୀତ ଫେମସ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଥିୱାଡା’ରେ ଆଲିୟାଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିବ । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ । ଇତିମଧ୍ୟରେ ‘ଗଙ୍ଗୁବାଇ କାଥିୱାଡା’ର ଫାଷ୍ଟ ମୋଶନ ପୋଷ୍ଟର ଜାରି କରାଯାଇଛି ।
ଆସିଲା ‘ଗଙ୍ଗୁବାଇ କାଥିୱାଡା’ର ଫାଷ୍ଟ ମୋଶନ ପୋଷ୍ଟର - ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଥିୱାଡା’
ସଞ୍ଜୟଙ୍କ ‘ଇନଶାଲ୍ହା’ ଫିଲ୍ମରେ ନୁହେଁ ‘ଗଙ୍ଗୁବାଇ କାଥିୱାଡା’ରେ ନଜର ଆସିବେ ଆଲିୟା ଭଟ୍ଟ । ଯାହାର ଫାଷ୍ଟ ମୋଶନ ପୋଷ୍ଟର ଜାରି ହୋଇଯାଇଛି ।
ଆଲିୟା ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇ ଇନଷ୍ଟାଗ୍ରାମରେ ଏହାକୁ ସେୟାର କରିଛନ୍ତି । ପୋଷ୍ଟରରେ ଫିଲ୍ମର ଟାଇଟଲ ଲେଖାଯାଇଥିବା ଦେଖିବାକୁ ମିଳୁଛି । ମୋଶନ ପୋଷ୍ଟର ଖୁବ୍ ସିମ୍ପଲ ରୂପେ ନିର୍ମାଣ କରାଯାଇଛି । ବ୍ଲାକ ବ୍ୟାକଗ୍ରାଉଣ୍ଡରେ ହ୍ବାଇଟ କଲରରେ ‘ଗଙ୍ଗୁବାଇ କାଥିୱାଡା’ ଲେଖାଯାଇଛି ।
ପ୍ରକାଶ ଥାଉକି ଗତ ବର୍ଷ ଏହି ଚର୍ଚ୍ଚା ଜୋର ଧରିଥିଲା ଯେ ସଞ୍ଜୟ ସୁପରଷ୍ଟାର ସଲମାନ ଖାନ ଓ ଆଲିୟାଙ୍କୁ ନେଇ ‘ଇନଶାଲ୍ହା’ ଫିଲ୍ମ ନିର୍ମାଣ କରିବେ । ହେଲେ କିଛି ସମସ୍ୟା ପାଇଁ ଏହି ଫିଲ୍ମ କ୍ୟାନ୍ସଲ ହୋଇଯାଇଥିଲା । ଯାହାପରେ ଆଲିୟାଙ୍କୁ ନେଇ ‘ଗଙ୍ଗୁବାଇ’ ନିର୍ମାଣ କରୁଛନ୍ତି ସଞ୍ଜୟ । ଯାହା ଆସନ୍ତା ସେପ୍ଟେମ୍ବର 11ରେ ରିଲିଜ ହେବ ।