ଓଡିଶା

odisha

ETV Bharat / sitara

ଅର୍ଜୁନଙ୍କ ସହ ନ୍ୟୁୟର୍କ ଟ୍ରିପର ଥ୍ରୋବ୍ୟାକ୍ ଫଟୋ ସେୟାର କଲେ ଆଲିଆ - ଅର୍ଜୁନଙ୍କ ସହ ନ୍ୟୁୟକ ଟ୍ରିପର ଏକ ଥ୍ରୋବ୍ୟାକ୍ ଫଟୋ

ଗତକାଲି ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଥିଲା ଥିଲା । ଏହି ବିଶେଷ ଉତ୍ସବରେ ଶୁଭେଚ୍ଛା ଜଣାଇ ଆଜି ଅଭିନେତ୍ରୀ ଆଲିଆ ଅର୍ଜୁନଙ୍କ ସହିତ ଏକ ଆକର୍ଷଣୀୟ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋର କ୍ୟାପସନରେ ଆଲିଆ ଲେଖିଛନ୍ତି, ଖୁସିର ଦିନ ଏବଂ ବର୍ଷ… ବହୁତ ସାରା ଭଲପାଇବା । ଅଧିକ ପଢନ୍ତୁ...

Alia Bhatt shares throwback with Ranbir Kapoor, Arjun Kapoor and Malaika Arora from their New York trip
ଅର୍ଜୁନଙ୍କ ସହ ନ୍ୟୁୟକ ଟ୍ରିପର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କଲେ ଆଲିଆ

By

Published : Jun 27, 2020, 5:56 PM IST

ନୂଆଦିଲ୍ଲୀ:ଗତକାଲି ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଥିଲା ଥିଲା । ଏହି ବିଶେଷ ଉତ୍ସବରେ ଶୁଭେଚ୍ଛା ଜଣାଇ ଅଭିନେତ୍ରୀ ଆଲିଆ ଅର୍ଜୁନଙ୍କ ସହିତ ଏକ ଆକର୍ଷଣୀୟ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଆଲିଆ ଅର୍ଜୁନଙ୍କ ସହିତ ଏକ ଥ୍ରୋବ୍ୟାକ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ଆଲିଆଙ୍କ ସହିତ ରଣବୀର କପୁର, ଅର୍ଜୁନ କପୁରଙ୍କ ସହିତ ତାଙ୍କ ଲେଡି ଲଭ୍ ମଲାଇକା ଆରୋରା ଏବଂ ନତାଶା ପୁନାୱାଲାଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋର କ୍ୟାପସନରେ ଆଲିଆ ଲେଖିଛନ୍ତି, ଖୁସିର ଦିନ ଏବଂ ବର୍ଷ… ବହୁତ ସାରା ଭଲପାଇବା ।

ପ୍ରକାଶ ଥାଉ କି, ଗତ ବର୍ଷ ଏହି ସମସ୍ତ ସେଲିବ୍ରିଟି ନ୍ୟୁୟର୍କରେ ଥିଲେ । ଯେତେବେଳେ ରଣବୀରଙ୍କ ପିତା ଋଷି କପୁର ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ । ସେହିସମୟରେ ଏହି ସେଲିବ୍ରିଟିମାନଙ୍କ ଏକ ଫଟୋ ବହୁତ ଭାଇରାଲ ହୋଇଥିଲା । ଯେଉଁଥିରେ ରଣବୀର ଆଲିଆଙ୍କ ଗାଲରେ କିସ୍ ଦେଉଥିବାବେଳେ, ଅର୍ଜୁନ ମଲାଇକାଙ୍କୁ ଆଲିଙ୍ଗନ କରିଥିବାର ଦେଖିବାକୁ ମିଳିଥିଲା ।

ଗତ ବର୍ଷ ଅର୍ଜୁନଙ୍କ ଜନ୍ମଦିନରେ ମଲାଇକା ଏକ ପ୍ରିୟ ନୋଟ୍ ଲେଖି ତାଙ୍କର ଅର୍ଜୁନଙ୍କ ସହିତ ଥିବା ରିଲେସନସିପକୁ ଅଫିସିଆଲ୍ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ରଣବୀର ଏବଂ ଆଲିଆ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ନଜର ଆସିବେ । ଏହି ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ସମେତ ଅମିତାଭ ବଚ୍ଚନ, ଡିମ୍ପଲ୍ କପାଡିଆ, ନାଗାର୍ଜୁନ ଏବଂ ମୌନି ରୟ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଚଳିତ ବର୍ଷ ଡିସେମ୍ବରରେ ବଡ ପରଦାରେ ଆସିବାର ଯୋଜନା ରହିଛି ।

ABOUT THE AUTHOR

...view details