ମୁମ୍ବାଇ: ଏହି ସମୟରେ ବରୁଣ ଧୱନ ଓ ଆଲିୟା ଭଟ୍ଟ ନିଜର ଅପକମିଂ ଫିଲ୍ମ 'କଲଙ୍କ'ର ପ୍ରମୋଶନରେ ଖୁବ ବ୍ୟସ୍ତ ଅଛନ୍ତି । ଫିଲ୍ମଟି ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଯାଉଛି । ଏହି ମଲ୍ଟି ଷ୍ଟାରର ଫିଲ୍ମଟିକୁ ନିର୍ମାଣ କରିଛନ୍ତି କରନ ଜୋହର । ଇତିମଧ୍ୟରେ ବରୁଣଙ୍କ ସହ କାମ କରିବାକୁ ନେଇ ମୁହଁ ଖୋଲିଛନ୍ତି ଆଲିୟା । ସେ କହିଛନ୍ତି କି ବରୁଣଙ୍କ ସହ କାମ କରିବାରେ ତାଙ୍କୁ ସେପରେଶନ ଏଞ୍ଜାଇଟି ଅର୍ଥାତ୍ ଅଲଗା ହେବାର ଡର ଲାଗି ରହିଥାଏ ।
ନିକଟରେ ବରୁଣ ଓ ଆଲିୟା ପରସ୍ପର ସହ କାମ କରିବାକୁ ନେଇ ନିଜ ନିଜର ଅନୁଭବ ସେୟାର କରିଥିଲେ । ବରୁଣ କହିଥିଲେ କି ଯେବେ ମଧ୍ୟ କୌଣସି ଫିଲ୍ମ ସେଟରେ ଆଲିୟାଙ୍କ ସହ କନେକ୍ଟ ହୋଇଛନ୍ତି, ତେବେ ତାଙ୍କ କନେକ୍ଟିଭିଟିର ଫଳାଫଳ ଅନ-ସ୍କ୍ରିନରେ ସ୍ପଷ୍ଟ ରୂପେ ଦେଖିବାକୁ ମିଳିଥାଏ । ଅନ୍ୟପଟେ ଆଲିୟା କହିଥିଲେ କି ତାଙ୍କ ଅନ-ସ୍କ୍ରିନ ପେୟାରିଂର କ୍ରେଡିଟ ଦୁଇଜଣ ନେଇପାରିବେ ନାହିଁ । କାହଣୀ ଏବଂ ନିର୍ଦ୍ଦେଶକଙ୍କ ଭିଜନ ପାଇଁ ପରଦାରେ ଦୁଇଜଣଙ୍କ ପରଫର୍ମନ୍ସ ଶାନଦାର ହୋଇପାରୁଛି ।