ମୁମ୍ବାଇ: ବଲିଉଡକୁ ‘ରାଜି’ ଭଳି ହିଟ୍ ଫିଲ୍ମ ଦେଇସାରିଥିବା କ୍ୟୁଟ ଆଲିୟା ଭଟ୍ଟ ଏବେ ଟପ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ମେକର୍ସଙ୍କ ପ୍ରଥମ ପସନ୍ଦ ଆଲିୟା ସାଜିଛନ୍ତି । ଆଉ ସେ ଖୁବଶୀଘ୍ର ‘ଉମରାଓ ଜାନ’ ଅବତାରରେ ନଜର ଆସିବେ । ରେଖାଙ୍କ ‘ଉମରାଓ ଜାନ’ ଅନ୍ଦାଜ ଦର୍ଶକଙ୍କ ଖୁବ ମନ କିଣିଥିଲା । ଆଜି ମଧ୍ୟ ରେଖାଙ୍କ ସେହି ଅନ୍ଦାଜ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛି । ତେବେ କଣ ରେଖାଙ୍କ ରାସ୍ତାରେ ଆଲିୟା ବାହାରିଛନ୍ତି ?
ଖାଲି ଏତିକି ନୁହେଁ ଆଲିୟା ପରଦାରେ ଚନ୍ଦ୍ରମୁଖୀ ଲୁକରେ ମଧ୍ୟ ନଜର ଆସିପାରନ୍ତି । ସେହିପରି ସେ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ’ ଭୂମିକାରେ ମଧ୍ୟ ଅଭିନୟ କରିପାରନ୍ତି । ବର୍ତ୍ତମାନ ଆଲିୟାଙ୍କୁ ନେଇ ଏସବୁ ଖବର ଜୋର ଧରିଛି । ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ଯେ ସେ ପ୍ରଥମେ ଆଲିୟାଙ୍କୁ କେଉଁ ଭୂମିକାରେ ଦେଖିବେ ।