ଓଡିଶା

odisha

ETV Bharat / sitara

Happy Birthday Alia Bhatt: ଖାସ୍‌ ଅନ୍ଦାଜରେ ୱିଶ କଲେ ଭାବି ଶାଶୁ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ତାଙ୍କର 29 ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ରଣବୀର କପୁରଙ୍କ ମାଆ ନୀତୁ କପୁର ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

By

Published : Mar 15, 2022, 11:21 AM IST

ଆଲିଆଙ୍କୁ ଖାସ୍‌ ଅନ୍ଦାଜରେ ଓ୍ବିଶ କଲେ ରଣବୀରଙ୍କ ମାଆ ନୀତୁ କପୁର
ଆଲିଆଙ୍କୁ ଖାସ୍‌ ଅନ୍ଦାଜରେ ଓ୍ବିଶ କଲେ ରଣବୀରଙ୍କ ମାଆ ନୀତୁ କପୁର

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ତାଙ୍କର 29 ତମ ଜନ୍ମଦିନ ପାଳନ କରୁଛନ୍ତି । ଆଲିଆ ବର୍ତ୍ତମାନ ବଲିଉଡର ସବୁଆଡେ ଛାଇ ହୋଇ ରହିଛନ୍ତି । ବଲିଉଡ ପରେ ଆଲିଆ ଏବେ ସାଉଥ ଏବଂ ହଲିଉଡରେ ମଧ୍ୟ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ଆଲିଆଙ୍କ ଜନ୍ମଦିନରେ ତାଙ୍କ ପ୍ରେମିକ ରଣବୀର କପୁରଙ୍କ ମାଆ ନୀତୁ କପୁର ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନୀତୁ କପୁର ଆଲିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ଆଲିଆଙ୍କ ସହ ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋ ସହିତ ନୀତୁ କପୁର ମଧ୍ୟ ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖିଛନ୍ତି ।

ଆଲିଆଙ୍କୁ ଖାସ୍‌ ଅନ୍ଦାଜରେ ଓ୍ବିଶ କଲେ ନୀତୁ କପୁର

ରଣବୀର କପୁରଙ୍କ ପରିବାର ସହିତ ଆଲିଆ ଭଟ୍ଟଙ୍କର ଏକ ଖାସ ବଣ୍ଡିଂ ରହିଛି । ଗତ ବର୍ଷ ନୀତୁ କପୁର ତାଙ୍କ ପରିବାର ସହିତ ଆଲିଆ ଭଟ୍ଟଙ୍କ ଜନ୍ମଦିନ ପାଳନ କରିଥିଲେ। ସୋସିଆଲ ମିଡିଆରେ ଆଲିଆଙ୍କ ଜନ୍ମଦିନ ଉତ୍ସବର ଫଟୋ ବହୁତ ଭାଇରାଲ ହୋଇଥିଲା । ଆଲିଆଙ୍କ ଜନ୍ମଦିନରେ ନୀତୁ କପୁର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟ କଳା ପୋଷାକରେ ନଜର ଆସୁଛନ୍ତି । ଫଟୋ ସେୟାର କରିବାବେଳେ ନୀତୁ ସିଂ ଲେଖିଛନ୍ତି - ବାହାରେ ଏବଂ ଭିତରୁ ସବୁଠୁ ସୁନ୍ଦରଙ୍କୁ ଜନ୍ମଦିନର ଶୁଭକାମନା । ଆଲିଆ ଭଟ୍ଟ ବର୍ତ୍ତମାନ ତାଙ୍କ ଭଉଣୀ ଶାହିନଙ୍କ ସହ ଏକ ଛୁଟି ଏନଜୟ କରୁଛନ୍ତି । ଶାହିନ ସୋସିଆଲ ମିଡିଆରେ ତାଙ୍କ ଭେକେସନର ଫଟୋ ସେୟାର କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details