ମୁମ୍ବାଇ: ବିଶିଷ୍ଟ ନିର୍ମାତା ମହେଶ ଭଟ୍ଟ ଲକଡାଉନ ପାଇଁ ଘରେ ପତ୍ନୀ ସୋନି ରାଜଦାନଙ୍କ ସହ ସମୟ ବିତାଉଛନ୍ତି। ଇତିମଧ୍ୟରେ ତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେବାରେ ଲାଗିଛି । ଯାହାକୁ ସେୟାର କରିଛନ୍ତି ସୋନି। ଲକଡାଉନ ପାଇଁ ସେ ପତ୍ନୀଙ୍କ ରୋଷେଇଆ ସାଜିଛନ୍ତି। ଆଉ ଭାଇରାଲ ହେଉଥିବା ଭିଡିଓରେ ସେ ରୋଷେଇ କରୁଥିବାର ନଜର ଆସୁଛନ୍ତି।
ସୋନି ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ରୋଷେଇ କ୍ଲାସ ପ୍ରଗତିରେ। ଆପଣ କେବଳ କଳ୍ପନା କର ନାହିଁ କି ସେ ରୋଷେଇ କରିଛନ୍ତି। ସେ ଏହାକୁ ଟିକଟକରେ ପୋଷ୍ଟ କରିବାକୁ ଚାହୁଁଥିଲେ।’