ଓଡିଶା

odisha

By

Published : Mar 30, 2020, 3:07 PM IST

ETV Bharat / sitara

ମାସ୍କ ନପିନ୍ଧି ହଟହଟା ଆଲିୟା-ରଣବୀର

ଭାଇରଲ ହେଲା ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ନୂଆ ଭିଡିଓ। ସବୁବେଳେ ଏହି ଯୋଡିକୁ ପସନ୍ଦ କରୁଥିବା ୟୁଜର୍ସ ଏଥର ତାଙ୍କୁ ଟ୍ରୋଲ କରିଛନ୍ତି।

ranbir kapoor video
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କୋରୋନା ଭାଇରସ ପ୍ରକୋପରୁ ବଞ୍ଚିବା ପାଇଁ ବର୍ତ୍ତମାନ ପୁରା ଦେଶ ବର୍ତ୍ତମାନ ଲକଡାଉନ। ଯାହାପାଇଁ କେହି ମଧ୍ୟ ଘରୁ ବାହାରକୁ ବାହାରୁନାହାଁନ୍ତି । ବଲିଉଡ ସେଲିବ୍ରିଟି ମଧ୍ୟ ଏହି ସମୟରେ ଘରେ ସମୟ ବିତାଉଛନ୍ତି। ଇତିଧ୍ୟରେ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ବି-ଟାଉନର ଫେମସ ଲଭବାର୍ଡ ଆଲିୟା ଭଟ୍ଟ ଓ ରଣବୀର କପୁର।

ଲକଡାଉନ ସମୟରେ ଏକାଠି ନଜର ଆସିଛନ୍ତି ଏହି ଯୋଡି। ଯାହାର ଏକ ଭିଡିଓ ସୋସିଆଲ ମିଡିଆର ଫ୍ୟାନକ୍ଲବରେ ସେୟାର କରାଯାଇଛି । ଭିଡିଓ ଭାଇରାଲ ହେଲା ପରେ ଟ୍ରୋଲର୍ସ ଦୁଇଜଣଙ୍କୁ ଟାର୍ଗେଟ କରିଛନ୍ତି। କାରଣ ଆଲିୟା ଓ ରଣବୀର ମାସ୍କ ନପିନ୍ଧି ଏକାଠି ଯାଉଥିବାର ଦେଖାଯାଉଛନ୍ତି । ଯାହା ୟୁଜର୍ସଙ୍କୁ ଆଦୌ ପସନ୍ଦ ଆସିନାହିଁ।

ପ୍ରକାଶ ଥାଉକି ନିକଟରେ ସୁପରଷ୍ଟାର ଶାହରୁଖ ଖାନଙ୍କୁ ମଧ୍ୟ ଟ୍ରୋଲ କରାଯାଇଥିଲା। ଏଯାବତ ସେ କୌଣସି ଦାନ ଘୋଷଣା ନକରିଥିବାରୁ ତାଙ୍କୁ ୟୁଜର୍ସ ଖୁବ୍ ଟ୍ରୋଲ କରିଥିଲେ। ହେଲେ ତାଙ୍କ ସମର୍ଥନ କରି ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରିଦେଇଥିଲେ ଫ୍ୟାନ୍ସ।

ABOUT THE AUTHOR

...view details