ଓଡିଶା

odisha

ETV Bharat / sitara

ଉଟି ସିଡ୍ୟୁଲ ପାଇଁ ପ୍ରସ୍ତୁତ ଆଲିୟା

ମଲ୍ଟି ଷ୍ଟାର ଫିଲ୍ମ 'ସଡକ 2'ର ଦ୍ବିତୀୟ ସିଡ୍ୟୁଲର ସୁଟିଂ ଉଟିରେ ଚାଲିଛି । ଯାହା ପାଇଁ ଜୁଲାଇ 12ରେ ଉଟିରେ ପହଞ୍ଚିଥିଲେ ଆଲିୟା ।

By

Published : Jul 15, 2019, 1:59 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ମୁମ୍ବାଇ: 90 ଦଶକର ଲୋକପ୍ରିୟ ଫିଲ୍ମ 'ସଡକ'ର ସିକ୍ବେଲର ମଜା ଉଠାଇବାକୁ ଯାଉଛନ୍ତି ଦର୍ଶକ । ଏହି ରୋମାଣ୍ଟିକ ଫିଲ୍ମର ସିକ୍ବେଲ 'ସଡକ-2' ନେଇ ପରଦାରେ ନଜର ଆସିବେ ଆଲିୟା ଭଟ୍ଟ, ପୂଜା ଭଟ୍ଟ, ଆଦିତ୍ୟ ରାୟ କପୁର ଓ ସଞ୍ଜୟ ଦତ୍ତ । ଯାହାର ସୁଟିଂ ବର୍ତ୍ତମାନ ଜୋରସୋରରେ ଚାଲିଛି । ନିକଟରେ ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ଶେଷ କରିଥିବା ଆଲିୟା ବର୍ତ୍ତମାନ ଫିଲ୍ମର ଦ୍ବିତୀୟ ସିଡ୍ୟୁଲ ପାଇଁ ଉଟିରେ ପହଞ୍ଚିସାରିଛନ୍ତି ।

ଫ୍ୟାନ୍ସଙ୍କ 'ସଡକ 2'ର ଅପଡେଟ ଦେବାକୁ ଯାଇ 'ଗଲି ବୟ' ଅଭିନେତ୍ରୀ ଆଲିୟା ନିଜ ଇନଷ୍ଟାଷ୍ଟୋରୀରେ ସ୍କ୍ରିପ୍ଟର ଏକ ଫଟୋ ସେୟାର କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ଏହାପୂର୍ବରୁ ଆଲିୟା ଫିଲ୍ମର ଗୋଟିଏ ଗୀତ ମଧ୍ୟ ରେକର୍ଡ କରିଥିଲେ । 'ସଡକ 2'ର ଫାଇନାଲ ସୁଟିଂ ଅଗଷ୍ଟରେ ଉଟିରେ ଆରମ୍ଭ ହେବ ।

ପ୍ରକାଶ ଥାଉକି 'ସଡକ'ରେ ସଞ୍ଜୟ ଓ ପୂଜାଙ୍କ ଦମଦାର ଲଭଷ୍ଟୋରୀ ଦେଖିବାକୁ ମିଳିଥିଲା । ସେହି ସମୟରେ ଫିଲ୍ମଟି ବ୍ଲକବଷ୍ଟର ମଧ୍ୟରେ ସାବ୍ୟସ୍ତ ହୋଇଥିଲା । ଏହାର ସିକ୍ବେଲ ଜରିଆରେ ପ୍ରଥମଥର ଆଲିୟା ପିତା ମହେଶ ଭଟ୍ଟ ଓ ଭଉଣୀଙ୍କ ପୂଜାଙ୍କ ସହ ଏକାଠି କାମ କରୁଛନ୍ତି । ଫିଲ୍ମର ପ୍ରଥମ ସିଡ୍ୟୁଲ ଆରମ୍ଭ କରିବା ପୂର୍ବରୁ ସୋସିଆଲ ମିଡିଆରେ ପିତାଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଥିଲେ ବୋଲି ଆଲିୟା ସେୟାର କରିଥିଲେ ।

For All Latest Updates

ABOUT THE AUTHOR

...view details