ଓଡିଶା

odisha

ETV Bharat / sitara

ଅନୁଷ୍କାଙ୍କ ସନ କିସଡ୍ ଫଟୋରେ ଅନୁପ୍ରାଣିତ ଆଲିଆ - ଅନୁଷ୍କାଙ୍କ ସନ କିସଡ୍ ଫଟୋ

ଆଲିଆ ଇନଷ୍ଟାଗ୍ରାମରେ ତାଙ୍କର ସନ କିସଡ୍ ର ଫଟୋ ସେୟାର କରି ଏକ ନୋଟ ଲେଖିଛନ୍ତି । ଫଟୋରେ ଆଲିଆ ସୂର୍ଯ୍ୟଙ୍କ କିରଣକୁ ଉପଭୋଗ କରୁଥିବା ସହ ହସୁଥିବାର ଦେଖିବାକୁ ମିଳିଛି । ଆଲିଆଙ୍କ ଏହି ଫଟୋ ଅନୁଷ୍କା ଶର୍ମାଙ୍କ ଦ୍ବାରା ଅନୁପ୍ରାଣିତ ହୋଇଛି । ଯିଏ କି ନିଜ ଘରୁ ସର୍ବଦା ସନ-କିସଡର ଫଟୋ ସେୟାର କରିଥାନ୍ତି । ଅଧିକ ପଢନ୍ତୁ...

Alia Bhatt paints her Sunday with a sun-kissed selfie; thanks Anushka Sharma for inspiring her
ଅନୁଷ୍କାଙ୍କ ସନ କିସଡ୍ ଫଟୋରେ ଅନୁପ୍ରାଣିତ ଆଲିଆ

By

Published : Jun 14, 2020, 8:00 PM IST

ନୂଆଦିଲ୍ଲୀ: ଲକଡାଉନରେ ବଲିଉଡର କ୍ୟୁଟ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଏହି ସମୟରେ ଆଲିଆ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି ।

ରବିବାର ସକାଳେ ଆଲିଆ ଇନଷ୍ଟାଗ୍ରାମରେ ତାଙ୍କର ସନ କିସଡ୍ ର ଫଟୋ ସେୟାର କରି ଏକ ନୋଟ ଲେଖିଛନ୍ତି । ଫଟୋରେ ଆଲିଆ ସୂର୍ଯ୍ୟଙ୍କ କିରଣକୁ ଉପଭୋଗ କରୁଥିବା ସହ ହସୁଥିବାର ଦେଖିବାକୁ ମିଳିଛି ।

ଆଲିଆଙ୍କ ଏହି ଫଟୋ ଅନୁଷ୍କା ଶର୍ମାଙ୍କ ଦ୍ବାରା ଅନୁପ୍ରାଣିତ ହୋଇଛି । ଯିଏ କି ନିଜ ଘରୁ ସର୍ବଦା ସନ-କିସଡର ଫଟୋ ସେୟାର କରିଥାନ୍ତି ।

ଆଲିଆ ତାଙ୍କ ଫଟୋ ସେୟାର କରିବାବେଳେ ଅନୁଷ୍କାଙ୍କୁ କ୍ରେଡିଟ ଦେଇ ଲେଖିଥିଲେ - “ହାପି ସନ-ଲାଇଟ ସନଡେ । ମୋତେ ମୋ ଘରେ ସନ କିସଡର ଫଟୋ ଉଠେଇବାକୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ ଅନୁଷ୍କା । ଆଲୋକ ସର୍ବଦା ଆପଣଙ୍କ ଏବଂ ମୋ ଜୀବନକୁ ଆଲୋକିତ କରୁଥାଉ” ।

ପରବର୍ତ୍ତୀ ସମୟରେ, ଆଲିଆ ଭଟ୍ଟ ଅୟାନ୍ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅଭିନେତା ରଣବୀର କପୁର ଏବଂ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି ।

ABOUT THE AUTHOR

...view details