ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆୱାଡି'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଆଲିଆ ଦୀର୍ଘ ଦିନ ଧରି ଅଭିନେତା ରଣବୀର କପୁରଙ୍କ ସହ ଡେଟ କରୁଛନ୍ତି । ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସୁଟିଂ ସମୟରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଥିବା ଜଣାଯାଇଛି । ଦୁହିଁଙ୍କର ଆକର୍ଷଣୀୟ ଫଟୋ 'ରାଲିଆ' ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି । ବର୍ତ୍ତମାନ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଡେଷ୍ଟିନେସରୁ ନେଇ ଡେଟ ପର୍ଯ୍ୟନ୍ତ, ଅନେକ ରିପୋର୍ଟ ଦାବି କରିଛି ଯେ ରଣବୀର ଏବଂ ଆଲିଆ ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ପ୍ରସ୍ତୁତ ଅଛନ୍ତି । ଏପଟେ ଏକ୍ସାଇଟେଡ ଫ୍ୟାନ୍ସ ସବୁବେଳେ ଏହାର ସ୍ପଷ୍ଟ ପାଇଁ ଯାଞ୍ଚରେ ଲାଗିପଡୁଛନ୍ତି। ବିବାହ ଗୁଜବ ଭୁଲ ବୋଲି ପ୍ରମାଣିତ ହେବା ପ୍ରଶଂସକମାନଙ୍କୁ ବହୁତ ନିରାଶ ମଧ୍ୟ କରୁଛି, ତଥାପି ସମସ୍ତେ ଉତ୍ସାହର ସହିତ ଏହି ସୁନ୍ଦର ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ଗଣମାଧ୍ୟମ ଦ୍ବାରା ଆଲିଆ ଏବଂ ରଣବୀରଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଉଛି।
ଏହା ବି ପଢନ୍ତୁ: ରଣବୀରଙ୍କୁ କେମିତି ଲାଗିଲା ଗଙ୍ଗୁବାଇ କାଠିଆୱାଡି ? ଏମିତି ଜବାବ ଦେଲେ ଆଲିଆ