ନୂଆଦିଲ୍ଲୀ: ବଲିଉଡର ଫେମସ ଲର୍ଭବାଡ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଯୋଡିକୁ ଫ୍ୟାନ୍ସ ବହୁତ ପସନ୍ଦ କରିନ୍ତି । ନିକଟରେ ରଣବୀର କୋରୋନା ସଂକ୍ରମିତ ହେବା ପରେ କ୍ବାରେଣ୍ଟାଇନରେ ଅଛନ୍ତି ଏବଂ ଆଲିଆ ତାଙ୍କୁ ବହୁତ ମିସ୍ କରୁଛନ୍ତି ।
ବର୍ତ୍ତମାନ ଆଲିଆ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ଯେ ସେ ରଣବୀରଙ୍କୁ ମିସ କରୁଛନ୍ତି ।
ଏହି ଫଟୋ ସହିତ ଆଲିଆ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ନିଜ ରିଲେସନସିପକୁ ନେଇ ଖୋଲାଖୋଲି ଭାବରେ ପ୍ରକାଶ କରିଛନ୍ତି । ଏହି ଫଟୋରେ ରୋମାଣ୍ଟିକ ଅନ୍ଦାଜରେ ଦୁହେଁ ଦୁହିଁଙ୍କ ହାତ ଧରିଥିବାର ଦେଖିବାକୁ ମିଳିଛି । ଫଟୋ ସହିତ କ୍ୟାପସନରେ ଆଲିଆ ଲେଖିଛନ୍ତି , ବହୁତ ମିସ୍ କରୁଛି ।