ଓଡିଶା

odisha

By

Published : Feb 14, 2022, 8:07 PM IST

ETV Bharat / sitara

କୁନି ଗଙ୍ଗୁବାଇଙ୍କ ସଂଳାପ ଓ ଅନ୍ଦାଜ ଦେଖି ଫ୍ୟାନ୍ସ ତାଜୁବ, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଇଣ୍ଟରନେଟରେ ଗଙ୍ଗୁବାଇ ଟ୍ରେଣ୍ଡ ଚାଲିଛି । ଏସବୁ ଭିତରେ ଏବେ ଛୋଟ ଆଲିଆଙ୍କ ଚର୍ଚ୍ଚା ବେଶ ବଢିଯାଇଛି । ଛୋଟ ଝିଅଟି ଅଭିନେତ୍ରୀଙ୍କୁ ଏପରି କପି କରିଛନ୍ତି ଯେ, ସମସ୍ତେ ତାଙ୍କୁ କୁନି ଆଲିଆ ବୋଲି କହୁଛନ୍ତି । ଅଧିକ ପଢନ୍ତୁ

କୁନି ଗଙ୍ଗୁବାଇଙ୍କ ସଂଳାପ ଏବଂ ଅନ୍ଦାଜ ଦେଖି ଫ୍ୟାନ୍ସ ତାଜୁବ, ଦେଖନ୍ତୁ ଭିଡିଓ
କୁନି ଗଙ୍ଗୁବାଇଙ୍କ ସଂଳାପ ଏବଂ ଅନ୍ଦାଜ ଦେଖି ଫ୍ୟାନ୍ସ ତାଜୁବ, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆୱାଡି'ରେ ବ୍ୟସ୍ତ ଅଛନ୍ତି। ତାଙ୍କର ଏହି ଫିଲ୍ମ ଫେବୃଆରୀ 25 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ବର୍ତ୍ତମାନ ଇଣ୍ଟରନେଟରେ ଗଙ୍ଗୁବାଇ ଟ୍ରେଣ୍ଡ ଚାଲିଛି । ଏସବୁ ଭିତରେ ଏବେ ଛୋଟ ଆଲିଆଙ୍କ ଚର୍ଚ୍ଚା ବେଶ ବଢିଯାଇଛି । ଛୋଟ ଝିଅଟି ଅଭିନେତ୍ରୀଙ୍କୁ ଏପରି କପି କରିଛନ୍ତି ଯେ, ସମସ୍ତେ ତାଙ୍କୁ କୁନି ଆଲିଆ ବୋଲି କହୁଛନ୍ତି ।

ସୋସିଆଲ ମିଡିଆରେ ଆଲିଆ ଭଟ୍ଟଙ୍କ ଛୋଟ ପ୍ରଶଂସକଙ୍କ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଛୋଟ ଆଲିଆ 'ଗଙ୍ଗୁବାଇ କାଠିଆୱାଡି'ର ସଂଳାପ କହୁଥିବାର ଦେଖାଯାଉଛି । ପ୍ରଶଂସକମାନେ କୁନି ଗାଙ୍ଗୁବାଇଙ୍କ ସୁନ୍ଦର ଅନ୍ଦାଜକୁ ଏତେ ପସନ୍ଦ କରିଛନ୍ତି ଯେ ଏହି ଭିଡିଓ ଇଣ୍ଟରନେଟରେ ଜୋରସୋର ଭାଇରାଲ ହେବାରେ ଲାଗିଛି ।

ଉଲ୍ଲେଖନୀୟ ଯେ, ଏପର୍ଯ୍ୟନ୍ତ ଅନେକ ପିଲା 'ଗଙ୍ଗୁବାଇ କାଠିଆୱାଡି'ର ଗୀତ ଏବଂ ସଂଳାପ ଉପରେ ଭିଡିଓ ପ୍ରସ୍ତୁତ କରିଛନ୍ତି, ଯାହା ଆଲିଆ ଭଟ୍ଟ ନିଜେ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। କିନ୍ତୁ ସବୁଠାରୁ ଅଧିକ ଟ୍ରେଣ୍ଡ କରୁଥିବା ଏହି କୁନି ଆଲିଆ ପୂରାପୁରି ଅଭିନେତ୍ରୀଙ୍କ ପରି ଦେଖାଯାଉଛନ୍ତି। କେବଳ ଏତିକି ନୁହେଁ, ଏହି ଝିଅଟି କୌଣସି ନା କୌଣସି ବାଟରେ ଆଲିଆ ଭଟ୍ଟଙ୍କୁ ଟକ୍କର ଦେଉଥିବାର ଦେଖାଯାଇଛି । ଏହି କୁନି ଝିଅର ନାମ ହରିତି ବୋଲି କୁହାଯାଉଛି । ସେ ଗଙ୍ଗୁବାଇଙ୍କ ଲୁକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details