ଓଡିଶା

odisha

By

Published : Jan 31, 2022, 6:37 PM IST

Updated : Jan 31, 2022, 7:49 PM IST

ETV Bharat / sitara

ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ UNSEEN ଫଟୋ ଭାଇରାଲ

ବଲିଉଡର ସୁନ୍ଦର ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ଏହି ଦମ୍ପତିଙ୍କର ଏକ ଅନସିନ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଧିକ ପଢନ୍ତୁ

ଅଲିଆ ଭଟ୍ଟ ରଣବୀର କପୁରଙ୍କୁ ଆଲିଙ୍ଗନ କରୁଥିବା UNSEEN ଫଟୋ ଭାଇରାଲ
ଅଲିଆ ଭଟ୍ଟ ରଣବୀର କପୁରଙ୍କୁ ଆଲିଙ୍ଗନ କରୁଥିବା UNSEEN ଫଟୋ ଭାଇରାଲ

ହାଇଦ୍ରାବାଦ: ବଲିଉଡର ସୁନ୍ଦର ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନୂଆ ବର୍ଷରେ ଏହି ଦମ୍ପତି ସେମାନଙ୍କ ଛୁଟିଦିନର ଫଟୋ ସହିତ ଚର୍ଚ୍ଚାକୁ ଆସିଥିଲେ । ବର୍ତ୍ତମାନ ଏହି ଦମ୍ପତିଙ୍କର ଏକ ଅନସିନ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ରଣବୀର-ଆଲିଆଙ୍କ ରୋଷେୟା ମଧ୍ୟ ନଜର ଆସିଛନ୍ତି । ଏହି ଫଟୋକୁ ଏହି ସେଫ୍ କ୍ଲିକ୍ କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ସେଲଫିରେ ରଣବୀର-ଆଲିଆଙ୍କ ରୋଷେୟା ଏହି ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିଛନ୍ତି। ଏହି ସେଲଫିରେ ରଣବୀର-ଆଲିଆ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ତେବେ ଏହି ଫଟୋଟି ବହୁ ପୁରୁଣା ବୋଲି କୁହାଯାଉଛି। ରୋଷେୟା ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ରୋଷେୟା ତାଙ୍କ ଯାତ୍ରା ବିଷୟରେ କହିଛନ୍ତି ।

ରଣବୀର-ଆଲିଆ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ 9 ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ଅମିତାଭ ବଚ୍ଚନ, ଦକ୍ଷିଣର ସୁପରଷ୍ଟାର ନାଗାର୍ଜୁନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମ 'ବ୍ରହ୍ମାସ୍ତ୍ର' ବ୍ୟତୀତ ଆଲିଆ ଭଟ୍ଟ 'ଗଙ୍ଗୁବାଇ କାଠିଆୱାଡି', 'ଆରଆରଆର' ଏବଂ 'ରକି ଔର ରାନୀ କି ପ୍ରେମ କାହାନୀ' ନଜର ଆସିବେ। ଏହି ସମୟରେ ରଣବୀର କପୁର ତାଙ୍କର ଆଉ ଏକ ଆଗାମୀ ଚଳଚ୍ଚିତ୍ର 'ଶମଶେରା'ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2022, 7:49 PM IST

ABOUT THE AUTHOR

...view details