ମୁମ୍ବାଇ: ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି ପାଇଁ ଫ୍ୟାନ୍ସଙ୍କୁ ଟିକେ ଅପେକ୍ଷା କରିବାକୁ ପଡିପାରେ । କାରଣ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ଫିଲ୍ମକୁ ଓଟିଟି ନୁହେଁ ବରଂ ଥିଏଟରରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସୁତ୍ରରୁ ପ୍ରକାଶ, ସଞ୍ଜୟ ଲୀଲା ଭଂଶାଲୀ ଫିଲ୍ମକୁ ନେଇ ବେଶ୍ ଖୁସି ଅଛନ୍ତି । ଏହି ଫିଲ୍ମ ତାଙ୍କ କ୍ୟାରିୟରର ସବୁଠାରୁ ବେଷ୍ଟ ଫିଲ୍ମ ବୋଲି ପ୍ରକାଶ କରିଛନ୍ତି । ସେଥିପାଇଁ ସେ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବେନି । ଯେତେ ସମୟ ଅପେକ୍ଷା କରିବାକୁ ପଡୁ ସେ ଥିଏଟରରେ ଏହି ଫିଲ୍ମ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ।