ମୁମ୍ବାଇ : ୨୦୨୦ ବର୍ଷ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ ଖରାପ ସମୟ ଥିଲା । କୋରୋନା ମହାମାରୀ ଯୋଗୁଁ ଏହି ବର୍ଷ କୌଣସି ବଡ ଫିଲ୍ମ ରିଲିଜ ହୋଇନାହିଁ । ରିଲିଜ ହେବାକୁ ଥିବା ଫିଲ୍ମର ତାରିଖ ମଧ୍ୟ ସ୍ଥଗିତ ରଖି ଦିଆଯାଇଥିଲା । ଅନେକ କଳାକାର ଆର୍ଥିକ ସ୍ଥିତି ଦେଇ ଗତି କରୁଥିଲେ । କିନ୍ତୁ ବଲିଉଡ୍ ଅଭିନେତ୍ରୀମାନଙ୍କୁ ଏସବୁ ସାମ୍ନା କରିବାକୁ ପଡିନି ।
ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଆଲିଆ ଭଟ୍ଟ ୨୦୨୦ ରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି । ୨୦୧୯ ରେ ଆଲିଆ ୫୯.୧୨ କୋଟି ଟଙ୍କା ରୋଜଗାର କରିଥିଲେ । ୨୦୧୯ ରେ ସେ ‘ଗଲ୍ଲି ବଏ’ ଭଳି ହିଟ୍ ଫିଲ୍ମ ଦେଇଥିଲେ । ଯାହା ପାଇଁ ତାଙ୍କୁ ବେଷ୍ଟ ଆକ୍ଟ୍ରେସ୍ ଆୱାର୍ଡ ମଧ୍ୟ ମିଳିଥିଲା ।