ମୁମ୍ବାଇ: କରନ ଜୋହରଙ୍କ ମଲ୍ଟି ଷ୍ଟାରର ମେଗା ବଜେଟ ଫିଲ୍ମ 'କଲଙ୍କ' ହୁଏତଃ ରିଲିଜର ପ୍ରଥମ ଦିନରେ 21.60 କୋଟି ଟଙ୍କା ଆୟ କରି ଓପନିଂ ଡେରେ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି । କିନ୍ତୁ ଦ୍ବିତୀୟ ଦିନରେ ଫିଲ୍ମର ଆୟରେ କ୍ଷତି ଦେଖିବାକୁ ମିଳିଥିଲା ।
ଫିଲ୍ମକୁ ନେଇ ଏବେ ସୋସିଆଲ ମିଡିଆରେ ୟୁଜର୍ସ ଭିନ୍ନ ଭିନ୍ନ ମିମି କରି ଟ୍ରୋଲ କରିବାରେ ଲାଗିଛନ୍ତି । ଇଣ୍ଟରନେଟରେ ବର୍ତ୍ତମାନ ଟ୍ରେଣ୍ଡ କରୁଛି 'କଲଙ୍କ' ମିମି ।
ଜଣେ ୟୁଜର ଲେଖିଛନ୍ତି, ‘ସୁଧୁରୁଛି ବଲିଉଡ । ପ୍ରଥମେ 'ଜିରୋ' ଏବେ 'କଲଙ୍କ' । ଆଉ ଜଣେ ୟୁଜର ଲେଖିଛନ୍ତି ଯେ ଯେତେବେଳେ ଦର୍ଶକ 'କଲଙ୍କ' ଦେଖିବାକୁ ଯାଉଛନ୍ତି ତେବେ ବାକି ସବୁ ଫାଷ୍ଟ କ୍ଲାସ ନଜର ଆସୁଛି । କିନ୍ତୁ ଦର୍ଶକ ଯେତେବେଳେ ଫିଲ୍ମ ଦେଖିସାରୁଛନ୍ତି ତେବେ ବାକି ସବୁ ଥାର୍ଡ କ୍ଲାସ ଲାଗୁଛି ।
ସେହିପରି କିଛି ୟୁଜର୍ସ ଲେଖିଛନ୍ତି, "କଲଙ୍କ ଫିଲ୍ମ ଦେଖିବା ପରେ ଦର୍ଶକ 'ତବାହ ହୋ ଗଏ' ।" ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଗୀତ ଉପରେ ମଧ୍ୟ ଅନେକ ଟିପ୍ପଣି କରାଯାଇଛି ।
ଶାହରୁଖଙ୍କ 'ଜିରୋ' ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହେବା ପରେ ଦର୍ଶକ ସେହି ଫିଲ୍ମ ବିଷୟରେ ସହଜରେ ଭୁଲି ପାରି ନଥିଲେ । କିନ୍ତୁ କରନ ଜୋହର ସମସ୍ତଙ୍କର ଭଲ ବନ୍ଧୁ, କାରଣ ସେ 'କଲଙ୍କ' ତିଆରି କରି ଦର୍ଶକଙ୍କ ମସ୍ତିଷ୍କରୁ 'ଜିରୋ'କୁ ବାହାର କରିବାରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି କିଛି ୟୁଜର୍ସ ।
ପ୍ରକାଶ ଥାଉକି ଆଇଏଡିବି ଅନୁଯାୟୀ 2300 ଜଣଙ୍କ ପ୍ରତିକ୍ରିୟା ପରେ 'କଲଙ୍କ'କୁ 10ରୁ 2.7 ରେଟିଂ ମିଳିଛି ।