ଓଡିଶା

odisha

ETV Bharat / sitara

ବରୁଣ-ଆଲିଆଙ୍କ ଭିତରେ ଏ କ’ଣ ? - varun dhawan

ବରୁଣ ଧୱନ ଓ ଆଲିୟା ଭଟ୍ଟ ନିଜର ବହୁ ପ୍ରତିକ୍ଷିତ ଫିଲ୍ମ 'କଲଙ୍କ'ର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଅଛନ୍ତି । ନିକଟରେ ଏକ ପ୍ରମୋଶନାଲ ଇଭେଣ୍ଟରେ ମଜାଦାର ଉତ୍ତର ଦେଇଛନ୍ତି ଏହି ଅନସ୍କ୍ରୀନ କପଲ ବରୁଣ-ଆଲିୟା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବରୁଣ ଧୱନ

By

Published : Apr 8, 2019, 11:00 PM IST

ମୁମ୍ବାଇ: ବରୁଣ ଧୱନ ଓ ଆଲିୟା ଭଟ୍ଟ ବଲିଉଡରେ ଏକାଠି ଡେବ୍ୟୁ କରିଥିବା ବେଳେ ଆଜିକା ସମୟରେ ଲୋକପ୍ରିୟ ଯୋଡି ସାଜିଛନ୍ତି । ଫିଲ୍ମ ନିର୍ମାତା କରନ ଜୋହରଙ୍କ 2012ରେ ଆସିଥିବା ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦି ଇୟର' ଜରିଆରେ ଦୁହେଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ । ତେବେ ପୁଣିଥରେ କରଣ ଏହି ଯୋଡିଙ୍କୁ ଆଗାମୀ ଫିଲ୍ମ 'କଲଙ୍କ' ରେ ସୁଯୋଗ ଦେଇଛନ୍ତି ।

ସେପଟେ ଲଭ ଲାଇଫକୁ ନେଇ ଦୁହେଁ ବି ବେଶ ଚର୍ଚ୍ଚାରେ । ବରୁଣ ପିଲାଦିନର ବନ୍ଧୁ ନତାଶା ଦଲାଲକୁ ଡେଟ କରୁଛନ୍ତି । ଅନ୍ୟପଟେ ଆଲିୟା ଅଭିନେତା ରଣବୀର କପୁରଙ୍କ ପ୍ରେମରେ ଉବୁଟୁବୁ । କିନ୍ତୁ ଦୁହିଁଙ୍କର କେବେ ପରସ୍ପର ଉପରେ କ୍ରସ ଆସିଛି ପ୍ରଶ୍ନରେ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଉଭୟ ।

ଏହି ପ୍ରଶ୍ନରେ ଦୁହେଁ କେବଳ ହସିବା ସହ କିଛି ସ୍ପଷ୍ଟ ଉତ୍ତର ଦେଇ ନଥିଲେ । ବରଂ ତାଙ୍କ କ୍ରସ ଅନେକ ଲୋକଙ୍କ ଉପରେ ଆସିଛି ଯାହାର ଏକ ଲମ୍ବା ତାଲିକା ଥିବା କହିଥିଲେ । ଆଲିୟାଙ୍କ ଏହି କଥାରେ ବରୁଣ କହିଥିଲେ ଯେ ଦୁଇଜଣ କେବଳ ଭଲ ବନ୍ଧୁ ।

For All Latest Updates

ABOUT THE AUTHOR

...view details