ହାଇଦ୍ରାବାଦ: ବଲିଉଡର ଟପ୍ ଲଭବାର୍ଡ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ମଧ୍ୟରେ ଥିବା ଭଲପାଇବା କାହାକୁ ବା ନ ଜଣା । ଆଲିଆ ଏବଂ ରଣବୀର ମଧ୍ୟ ବର୍ତ୍ତମାନ ସେମାନଙ୍କ ପ୍ରେମକୁ ସ୍ବୀକାର କରିସାରିଛନ୍ତି । ଏହି ଲଭବାର୍ଡ ବାରମ୍ବାର ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ ଏବଂ ଛୁଟିଦିନରେ ନଜର ଆସିଥାନ୍ତି । ଲଭବାର୍ଡଙ୍କ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ତ କେବଳ ସେମାନଙ୍କ ବିବାହକୁ । ତେବେ ଏବେ ପୁଣି କପଲଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଅଛି ।
ହଁ, ରଣବୀର-ଆଲିଆ ଏହି ବର୍ଷ ନିଶ୍ଚିନ୍ତ ନିଜର ଏକ ଛୋଟ ଘର ଗଢିବାକୁ ଯାଉଛନ୍ତି। କାରଣ ଯଦି ଗଣମାଧ୍ୟମକୁ ବିଶ୍ୱାସ କରାଯାଏ, ତେବେ ଏହି ବର୍ଷ ଲଭବାର୍ଡ ରଣବୀର ଏବଂ ଆଲିଆ କେମିତି ସେମିତି ବି ହେଉ ବିବାହ କରିବେ ? ଚଳିତ ବର୍ଷ ଅକ୍ଟୋବର ମାସରେ ଏହି କପଲଙ୍କ ବିବାହ ତାରିଖ ବାହାରିଛି । ଏହାପୂର୍ବରୁ କୁହାଯାଉଥିଲା ଯେ ଏହି କପଲ ଆସନ୍ତା ମାସ ତଥା ଏପ୍ରିଲରେ ସାତ ଫେରେ ନେଇପାରନ୍ତି। ଏବେ ବିଶ୍ୱାସ କରାଯାଉଛି ଯେ ରଣବୀର-ଆଲିଆଙ୍କ ପରିବାର ଅକ୍ଟୋବର ମାସରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କହିବାକୁ ଗଲେ ମୁମ୍ବାଇର ପାଲିରେ କପୁର ପରିବାର ବଙ୍ଗଳାର ନବୀକରଣ କାର୍ଯ୍ୟ ଚାଲିଛି । ଏହାର କାର୍ଯ୍ୟ ଶେଷ ହେହାକୁ 18 ମାସ ସମୟ ଲାଗିବ । ଖବର ଅନୁଯାୟୀ ରଣବୀର ଏବଂ ଆଲିଆ ବିବାହ ପରେ ଏହି ବଙ୍ଗଳାରେ ରହିବେ।