ଓଡିଶା

odisha

ETV Bharat / sitara

ଲିଙ୍ଗଗତ ସମାନତା ପାଇଁ ଅଲ୍ଲି ଫଜଲଙ୍କ ଅପିଲ - ali fazal bats for destigmatizing issue of

ପାରିବାରିକ ହିଂସା ଭଳି ପ୍ରସଙ୍ଗକୁ ଶେଷ କରିବାକୁ ଅଲି ଫଜଲ ଚାହୁଁଛନ୍ତି । ଏହାପୂର୍ବରୁ ଅଲି ନନ୍ଦିତା ଦାସଙ୍କ ସହ ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ର 'ଲିସନ୍ ଟୁ ହର'ରେ କାମ କରିଥିଲେ । ଯେଉଁଥିରେ ଏହି ସମସ୍ୟାଗୁଡିକ ଦର୍ଶାଯାଇଛି । ଅଧିକ ପଢନ୍ତୁ...

ali fazal bats for destigmatizing issue of domestic violence
ଲିଙ୍ଗଗତ ସମାନତା ପାଇଁ ନିବେଦନ କଲେ ଅଲି ଫଜଲ

By

Published : Jul 12, 2020, 6:27 AM IST

ମୁମ୍ବାଇ: ଲିଙ୍ଗଗତ ସମାନତା ପାଇଁ ଅଭିନେତା ଅଲି ଫଜଲ ସମସ୍ତଙ୍କୁ ନିବେଦନ କରିଛନ୍ତି ଏବଂ ଘରୋଇ ହିଂସା ଭଳି ପ୍ରସଙ୍ଗକୁ ମଧ୍ୟ ରଦ୍ଦ କରାଯାଉ ବୋଲି ସେ ଚାହୁଁଛନ୍ତି ।

ଏହାପୂର୍ବରୁ ଅଲି ଅଭିନେତ୍ରୀ-ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସଙ୍କ ସହ ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ର 'ଲିସନ୍ ଟୁ ହର'ରେ କାମ କରିଥିଲେ । ଯେଉଁଥିରେ ଘରୋଇ ହିଂସା ଭଳି ପ୍ରସଙ୍ଗଗୁଡିକୁ ଦର୍ଶାଯାଇଥିଲା ।

ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଅମୃତା ସୁଭାଷ ଏବଂ ଏଥିରେ ଗୀତକାର ସ୍ୱାନନ୍ଦ କିର୍କକିରେ ଗୀତ ଗାଇଛନ୍ତି । ଲକଡାଉନ୍ ସମୟରେ ବଢୁଥିବା ପାରିବାରିକ ହିଂସା ଘଟଣାକୁ ଦେଖି ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇ। ଲକଡାଉନ ସମୟରେ ହିଁ ସୁଟ୍ କରାଯାଇଥିଲା ।

ଏ ବାବଦରେ ଅଲି କହିଛନ୍ତି, ଘରୋଇ ହିଂସା ଶ୍ରେଣୀ, ଧର୍ମ ଏବଂ ଅନ୍ୟାନ୍ୟ ସାମାଜିକ ବନ୍ଧନରୁ ଅଲଗା ଅଟେ । ଏହି ଫିଲ୍ମ ମାଧ୍ୟମରେ ଲୋକମାନେ ଏହି ସମସ୍ୟାର ସମାଧାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦିଆଯାଇଛି । ଆମେ ଘରୋଇ ହିଂସାରୁ ବଞ୍ଚିତ ଲୋକଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ଏବଂ ସେମାନଙ୍କୁ ସମର୍ଥନ କରିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details