ନୂଆଦିଲ୍ଲୀ: ନିକଟରେ ବଲିଉଡର ଫେମସ ନିର୍ଦ୍ଦେଶକ- ଚଳଚ୍ଚିତ୍ର ନିର୍ମାତା ଅଲୀ ଅବ୍ବାସ ଜଫର ସିକ୍ରେଟ ବିବାହ କରିଥିଲେ । ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଅଲୀ ଏହି ସୂଚନା ଦେଇଥିଲେ ।
ବର୍ତ୍ତମାନ 'ଟାଇଗର ଜିନ୍ଦା ହେ' ର ନିର୍ଦ୍ଦେଶକ ତାଙ୍କ ପତ୍ନୀ ଆଲିସିଆ ଜାଫରଙ୍କ ଫାଷ୍ଟ ଝଲକକୁ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଇନଷ୍ଟାଗ୍ରାମରେ ବିବାହର ଏକ ରୋମାଣ୍ଟିକ ଫଟୋ ପୋଷ୍ଟ କରି ଅଲୀ ଲେଖିଛନ୍ତି, 1400 ବର୍ଷ ପୂର୍ବେ ଇମାମ ଅଲି ଫାତିମା ଅଲ-ଜାହରାଙ୍କୁ କହିଥିଲେ ଯେ, ମୁଁ ଯେତେବେଳେ ତୁମର ଚେହେରାକୁ ଦେଖେ ମୋର ସମସ୍ତ ଅସୁବିଧା ଦୂର ହୋଇଯାଏ । ଆଲିସିଆ ମୁଁ ମଧ୍ୟ ସମାନ ଅନୁଭବ କରୁଛି ।