ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅଲାୟା ଏଫ୍ ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ବହୁତ ଲୋକପ୍ରିୟ ।
ନିକଟରେ, ଅଲାୟା ନିଜର ଏକ ଲାଟେଷ୍ଟ ଫଟୋସୁଟ୍ କୁ ନେଇ ଚର୍ଚ୍ଚାରେ ଅଛନ୍ତି ।
ଅଲାୟା ନିଜର ଏକ ହଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ଲାକ ରଙ୍ଗର ଲେଦର ଜ୍ୟାକେଟରେ ପୋଜ୍ କରୁଥିବାର ନଜର ଆସିଛନ୍ତି । ଫଟୋରେ, ଅଲାୟା ଗ୍ଲାମରସ୍ ଅନ୍ଦାଜରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ଫଟୋ ସେୟାର କରିବାବେଳେ କ୍ୟାପସନରେ ଅଲାୟା ଲେଖିଛନ୍ତି, ମୁଁ ସବୁବେଳେ ଏହିପରି ଷ୍ଟୁଲରେ ବସିଥାଏ ।
ବର୍ତ୍ତମାନ ଅଲାୟାଙ୍କର ଏହି ଫଟୋଗୁଡ଼ିକ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଲୟାଙ୍କର ଏହି ଫଟୋକୁ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିବା ସହ କମେଣ୍ଟ ବକ୍ସରେ ସେମାନଙ୍କର ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ଅଲାୟାଙ୍କର ଏହି ଫଟୋରେ ଏପର୍ଯ୍ୟନ୍ତ 96 ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି ।
ପ୍ରକାଶ ଥାଉ ଯେ, ନିତିନ କକ୍କଡଙ୍କ ଫିଲ୍ମ 'ଜବାନୀ ଜାନେମନ' ସହିତ ଅଲାୟା ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଲାୟା ଅଭିନେତା ସୈଫ ଅଲି ଖାନ ଏବଂ ତବୁଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିଥିଲା ।