ନୂଆଦିଲ୍ଲୀ:ବଲିଉଡର ଖିଲାଡୀ ଅକ୍ଷୟ କୁମାର, ଧନୁଷ ଏବଂ ସାରା ଅଲି ଖାନଙ୍କ ଅଭିନୀତ ତଥା ଆନନ୍ଦ ଏଲ ରୟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଅତରଙ୍ଗି ରେ' ଘୋଷଣା ହେବା ଦିନଠାରୁ ଏହା ଚର୍ଚ୍ଚାରେ ଅଛି ।
ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ଏବଂ ଅକ୍ଷୟ ସୋସିଆଲ ମିଡିଆରେ ସାରାଙ୍କ ସହ ଏକ ଫଟୋ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି ।
ଫଟୋର କ୍ୟାପସନରେ ଅକ୍ଷୟ ଲେଖିଛନ୍ତି, 'ସେହି ତିନୋଟି ମ୍ୟାଜିକ୍ ଶବ୍ଦ ଲାଇଟ, କ୍ୟାମେରା, ଆକ୍ସନ ଏବଂ ଆଖିରେ ହସୁଥିବା ଚେହେରା । ଆନନ୍ଦ ଏଲ ରୟଙ୍କ 'ଅତରଙ୍ଗି ରେ'ର ସୁଟିଂ ଆରମ୍ଭ ହୋଇଛି । ଆପଣମାନଙ୍କ ଭଲପାଇବା ଏବଂ ଶୁଭକାମନା ଦରକାର ।