ମୁମ୍ବାଇ: କୋଭିଡ -19 ଆମ ଦେଶରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ସମଗ୍ର ବିଶ୍ୱ ଏହି ମହାମାରୀ ସହିତ ସଂଘର୍ଷ କରୁଥିବାବେଳେ, ଯେଉଁମାନେ ସମାଜ ପ୍ରତି ସେମାନଙ୍କର ଦାୟିତ୍ୱ ତୁଲାଉଛନ୍ତି ଏପରି ଲୋକମାନଙ୍କୁ 'ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଅକ୍ଷୟ କୁମାର।
ଅଭିନେତା ଅକ୍ଷୟ କୁମାର ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସମାଜ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ 'ହୃଦୟରୁ ଧନ୍ୟବାଦ' ଜଣାଇଛନ୍ତି । ଏଥିମଧ୍ୟରେ ସ୍ୱାସ୍ଥ୍ୟକର୍ମୀ, ଫାର୍ମାସି କର୍ମଚାରୀ, ଡେଲିଭରି ବୟ, ସାମ୍ବାଦିକ, ସଫେଇ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ନର୍ସ, ପୋଲିସ ଫୋର୍ସ, ଗ୍ରୋସରୀ ଷ୍ଟୋର ମାଲିକମାନେ ଏବଂ ଆହୁରି ଅନେକ ଅଛନ୍ତି। ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ । #ଦିଲ ସେ ଧନ୍ୟବାଦ।