ମୁମ୍ବାଇ: ଗୁରୁବାର ଦିନ ଏକ ଚାର୍ଟର୍ ବିମାନରେ ବ୍ରିଟେନ ଯିବାବେଳେ ଅଭିନେତା ଅକ୍ଷୟ କୁମାର, ଲାରା ଦତ୍ତା, ହୁମା କୁରେଶି ଏବଂ ଆଦିଲ ହୁସେନ୍ ଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ।
ଅକ୍ଷୟଙ୍କ ସହ ପତ୍ନୀ ଟ୍ୱିଙ୍କଲ ଖାନ୍ନା, ପୁଅ ଆରଭ ଏବଂ ଝିଅ ନିତାରା ମଧ୍ୟ ଥିଲେ । ଏଥିସହିତ ଲାରା ସ୍ୱାମୀ ମହେଶ ଭୂପତି ଏବଂ ଝିଅ ସାଇରାଙ୍କ ସହ ମଧ୍ୟ ନଜର ଆସିଥିଲେ । ସମସ୍ତେ ମାସ୍କ ପିନ୍ଧି ଉପଯୁକ୍ତ ସୁରକ୍ଷା ସାବଧାନତା ଅବଲମ୍ବନ କରିଥିଲେ ।