ଓଡିଶା

odisha

ETV Bharat / sitara

ଆଜି ରିଲିଜ ହେଲା Sooryavanshi, ଫ୍ୟାନ୍ସ କହିଲେ 'ପୈସା ବସୁଲ' - katrina kaif

ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯ୍ୟବଂଶୀ ହୋଇଛି ରିଲିଜ । ପୈସା ବସୁଲ ଫିଲ୍ମ କହିଲେ ଦର୍ଶକ । ଅଧିକ ପଢନ୍ତୁ...

ଆଜି ରିଲିଜ ହେଲା ଅକ୍ଷୟ କୁମାରଙ୍କ Sooryavanshi, ଫ୍ୟାନ୍ସ କହିଲେ 'ପୈସା ବସୁଲ'
ଆଜି ରିଲିଜ ହେଲା ଅକ୍ଷୟ କୁମାରଙ୍କ Sooryavanshi, ଫ୍ୟାନ୍ସ କହିଲେ 'ପୈସା ବସୁଲ'

By

Published : Nov 5, 2021, 5:22 PM IST

ମୁମ୍ବାଇ:ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ସୂର୍ଯ୍ୟବଂଶୀ' ଆଜି ରିଲିଜ ହୋଇଛି । ପ୍ରଥମ ଦିନରେ ୬୬ଟି ଦେଶର ୧୩୦୦ଟି ସ୍କ୍ରିନରେ ରିଲିଜ ହୋଇଥିବା ବେଳେ ଭାରତରେ ମହାମାରୀ ସମୟରେ ୪୦୦୦ଟି ସ୍କ୍ରିନରେ ରିଲିଜ ହୋଇ ସୃଷ୍ଟି କରିଛି ରେକର୍ଡ । ସେପଟେ ଫିଲ୍ମ ଦେଖି 'ପୈସା ବସୁଲ' କହିଲେ ଦର୍ଶକ । ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ରଣବୀର ସିଂ ଓ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଛି ।

ଫିଲ୍ମଟି ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଛି । ଏହି ଫିଲ୍ମଟି ମହାମାରୀ ସମୟରେ ସବୁଠୁ ଅଧିକ ଅନ୍ତର୍ଜାତୀୟ ସ୍ତରରେ ରିଲିଜ ହୋଇଛି । ଦକ୍ଷିଣ ଆମେରିକାର ପ୍ରାୟ ୪୯୦ଟି ସ୍ଥାନରେ ଫିଲ୍ମଟି ୫୨୦ ସ୍କ୍ରିନରେ ରିଲିଜ ହୋଇଛି । UAEର ୧୩୭ଟି ସ୍କ୍ରିନରେ ରିଲିଜ ହୋଇଥିବା ବେଳେ ଅଷ୍ଟ୍ରେଲିଆରେ ୧୦୭ଟି ସ୍କ୍ରିନ, ୟୁରୋପରେ ୧୫୮ଟି ସ୍କ୍ରିନ, ଫ୍ରାନ୍ସରେ ୨୯ଟି ସ୍କ୍ରିନ, ଜର୍ମାନୀରେ ୩୬ଟି ସ୍କ୍ରିନ, ସ୍ପେନରେ ୨୦ଟି ସ୍କ୍ରିନ ଓ ଇଟାଲୀରେ ୧୯ଟି ସ୍କ୍ରିନରେ ହୋଇଛି ରିଲିଜ । ଏହାସହିତ ଇସ୍ରାଏଲ, ଜାପାନ, ଇଜିପ୍ଟ, ଇରାକ ଆଦି ରାଷ୍ଟ୍ରରେ ମଧ୍ୟ ଫିଲ୍ମଟି ରିଲିଜ ହୋଇଛି ।

ତେବେ ସୂଚନା ଥାଉ କି ରୋହିତ ସେଟ୍ଟୀଙ୍କ କପ୍‌ ୟୁନିଭର୍ସ( Cop Univese) ମଧ୍ୟରେ ଏହା ହେଉଛି ୪ର୍ଥ ଫିଲ୍ମ । ସେ ୨୦୧୧ ମସିହାରେ ଅଜୟ ଦେବଗନଙ୍କ ସିଘଂମ ଚଳଚ୍ଚିତ୍ରରୁ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ ସିଘଂମ ରିଟର୍ଣ୍ଣସ, ସିମ୍ବା ମାଧ୍ୟମରେ ଏହି ସିରିଜ ଜାରି ରଖିଥିଲେ ରୋହିତ । ସେପଟେ ସୂର୍ଯ୍ୟବଂଶୀର ପ୍ରଥମ ସଙ୍ଗୀତ 'ଆଇଲାରେ ଆଇଲା' ଗତ ଅକ୍ଟୋବର ୨୧ରେ ରିଲିଜ ହୋଇଥିଲା । ଏହି ଗୀତଟିକୁ ୨୪ ଘଣ୍ଟା ମଧ୍ୟରେ ମୋଷ୍ଟ ଭିଉଡ଼୍‌ ହିନ୍ଦୀ ବଲିଉଡ଼ ଫିଲ୍ମ ସଙ୍ଗରେ ସୃଷ୍ଟି କରିଥିଲା ରେକର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details