ମୁମ୍ବାଇ: ଚାଲିଗଲେ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆ । ଆଜି(ବୁଧବାର) ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅକ୍ଷୟଙ୍କ ମା’ । ଗତ କିଛିଦିନ ତଳେ ଅସୁସ୍ଥ ହୋଇ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଅକ୍ଷୟଙ୍କୁ ଏକା କରି ଆରପାରିକୁ ଚାଲିଗଲେ ମା’ ଅରୁଣା - ଅରୁଣା ଭାଟିଆ
ଆରପାରିକୁ ଚାଲିଗଲେ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆ । ଚିକିତ୍ସାଧୀନ ଅବସ୍ଥାରେ ୭୮ ବର୍ଷ ବୟସରେ ଦେହାନ୍ତ । ଅଧିକ ପଢନ୍ତୁ...
ଅଭିନେତା ଅକ୍ଷୟ କୁମାରଙ୍କ ମାଆଙ୍କ ଦେହାନ୍ତ
ସୂଚନା ଅନୁଯାୟୀ ଗତ ୬ ତାରିଖରେ ଅକ୍ଷୟଙ୍କ ମା’ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମା'ଙ୍କ ଅସୁସ୍ଥ ଖବର ପାଇ ସୁଟିଂକୁ ଅଧାରେ ଅଟକାଇ ଇଂଲଣ୍ଡରୁ ଭାରତ ଫେରି ଆସିଥିଲେ ଅକ୍ଷୟ । ତେବେ ୟୁକେରେ ସିଣ୍ଡରେଲାର ସୁଟିଂ କରୁଥିଲେ ଅକ୍ଷୟ । ଆଜି ଅରୁଣାଙ୍କ 78 ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏନେଇ ଅକ୍ଷୟ ଟ୍ବିଟ କରି ଦୁଃଖ ପ୍ରକାଶ କରିବା ସହ ମାଆଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ