ଓଡିଶା

odisha

ଖିଲାଡିଙ୍କ ପ୍ରଥମ ଡବଲ ସେଞ୍ଚୁରୀ

By

Published : Sep 13, 2019, 11:15 PM IST

200 କୋଟି କ୍ଲବରେ ମଲ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ । ଅକ୍ଷୟଙ୍କ କ୍ୟାରିୟରରେ ଆଉ ଏକ ସଫଳତା । ଯାହାକୁ ନେଇ ଉତ୍ସାହିତ ଷ୍ଟାର-କାଷ୍ଟ । 200 କୋଟି କ୍ଲବରେ ସାମିଲ ହେବାରେ ଏହା ଅକ୍ଷୟଙ୍କ ପ୍ରଥମ ଫିଲ୍ମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ ବକ୍ସ ଅଫିସରେ ସଫଳତାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ଫିଲ୍ମ ଅକ୍ଷୟଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ ଯିଏ 200 କୋଟି କ୍ଲବରେ ଏଣ୍ଟ୍ରି କରିଛି । ଅଗଷ୍ଟ 15ରେ ରିଲିଜ ହୋଇଥିବା ଏହି ଫିଲ୍ମ 29 ଦିନରେ ଏହି ସଫଳତା ହାସିଲ କରିଛି ।

ଯାହାର ସୂଚନା ଦର୍ଶକଙ୍କୁ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଟ୍ବିଟରରେ ଦେଇଛନ୍ତି । ମିଶନ ମଙ୍ଗଲ 29ତମ ଦିନରେ 63 ଲକ୍ଷ ଆୟ କରିଥିବା ସେ ଟ୍ବିଟ କରିଛନ୍ତି । ଫିଲ୍ମଟି ଏଯାବତ ବକ୍ସ ଅଫିସରେ 200.16 କୋଟି ଟଙ୍କା ଆୟ କରିସାରିଛି । ଆଶା କରାଯାଇଛି ଯେ ଫିଲ୍ମକୁ ଆସନ୍ତା ୱିକେଣ୍ଡରେ ଆହୁରି ସଫଳତା ମିଳିବ ।

ପ୍ରକାଶ ଥାଉକି ‘ମିଶନ ମଙ୍ଗଲ’ ରିଲିଜର ପ୍ରଥମ ସପ୍ତାହରେ 100 କୋଟି ଟଙ୍କାରେ ସାମିଲ ହୋଇଥିଲା । ଜଗନ ଶକ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, ବିଦ୍ୟା ବାଲନ, କ୍ରିତି କୁଲହାରି, ନିତ୍ୟା ମେନନ ଓ ସରମନ ଯୋଶୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟି ଭାରତୀୟ ବୈଜ୍ଞାନିକଙ୍କ ସଫଳତାର କାହାଣୀକୁ ନେଇ ଆଧାରିତ ।

ABOUT THE AUTHOR

...view details