ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’କୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକ । ଏହି ଫିଲ୍ମରେ ଭିନ୍ନ ଅବତାରରେ ନଜର ଆସିବେ ଅକ୍ଷୟ । ଦୀର୍ଘ ସମୟରୁ ଚର୍ଚ୍ଚାରେ ଥିବା ‘ବଚ୍ଚନ ପାଣ୍ଡେ’ର ନୂଆ ରିଲିଜ ତାରିଖ ସାମ୍ନାକୁ ଆସିଯାଇଛି । ଆସନ୍ତା ବର୍ଷ ଜାନୁଆରୀ 22ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଏହି ଫିଲ୍ମ ଦେଖିବାକୁ ଅକ୍ଷୟ ଫ୍ୟାନ୍ସଙ୍କୁ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ ।
ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ‘ବଚ୍ଚନ ପାଣ୍ଡେ’ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ସହ ଏବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ । ବକ୍ସ ଅଫିସରେ ଏହି ଦୁଇ ଫିଲ୍ମର ମୁହାଁମୁହିଁ ହୋଇଥାଆନ୍ତା । ହେଲେ ଆମୀରଙ୍କ ଅନୁରୋଧରେ ଅକ୍ଷୟ ଓ ଫିଲ୍ମର ପୁରା ଟିମ ଫିଲ୍ମ ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି ।