ଓଡିଶା

odisha

ETV Bharat / sitara

ପୁଣି ଅକ୍ଷୟ ଓ ଭୂମିଙ୍କ ଯୋଡି, ଘୋଷଣା ହେଲା ‘ଦୁର୍ଗାବତୀ’ - କମେଡି ଫିଲ୍ମ ହାଉସଫୁଲ 4

ଦର୍ଶକ ଖୁବଶୀଘ୍ର ଅକ୍ଷୟ କୁମାର ଓ ଭୂମି ପେଡେନକରଙ୍କ ରୋମାନ୍ସ ପରଦାରେ ଦେଖିବାକୁ ପାଇବେ। ଘୋଷଣା ହୋଇଯାଇଛି ଦୁଇଜଣଙ୍କ ଆଗାମୀ ଫିଲ୍ମ ‘ଦୁର୍ଗାବତୀ’।

akshay kumar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

By

Published : Nov 30, 2019, 7:38 PM IST

ମୁମ୍ବାଇ: ଏବର୍ଷ ଖିଲାଡି ଅକ୍ଷୟ କୁମାର ‘କେଶରୀ’, ‘ମିଶନ ମଙ୍ଗଲ‘, ‘ହାଉସଫୁଲ 4’ ଭଳି ଫିଲ୍ମ ଆଣି ବଡ ପରଦାରେ ଚହଳ ସୃଷ୍ଟି କରିଥିଲେ । ଆଉ ବର୍ତ୍ତମାନ ସେ ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡନ୍ୟୁଜ’କୁ ନେଇ ଚର୍ଚ୍ଚାରେ। ଏହାବ୍ୟତୀତ ସେ ଆକ୍ସନ ନିର୍ଦ୍ଦେଶିତ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂରେ ବ୍ୟସ୍ତ। ଇତିମଧ୍ୟରେ ସେ ଫ୍ୟାନ୍ସଙ୍କୁ ବଡ ସରପ୍ରାଇଜ ଦେଇ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଆଜ୍ଞା ହଁ, ସେ ନିଜର ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି ।

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ‘ଦୁର୍ଗାବତୀ’ର ଘୋଷଣା କରିଛନ୍ତି। ଯେଉଁଥିରେ ମୁଖ୍ୟ ଅଭିନେତ୍ରୀ ରୂପେ ଭୂମି ପେଡେନକର ନଜର ଆସିବେ। ସେ ଫିଲ୍ମ ଟିମ ସହ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କ ସହ ପ୍ରଯୋଜକ, ନିର୍ଦ୍ଦେଶକ, ପ୍ରେଜେଣ୍ଟର ଏବଂ ଅକ୍ଟ୍ରେସ ପ୍ଲାକାର୍ଡ ଧରି ବସିଥିବାର ନଜର ଆସୁଛନ୍ତି।

ସେହିପରି ଭୂମି ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରି ଲେଖିଛନ୍ତି, ‘ଦୀର୍ଘ ସମୟରୁ ଆପଣଙ୍କ ସହ ଏହା ସେୟାର କରିବାକୁ ଅପେକ୍ଷା କରି ବସିଥିଲି । ନିଜର ନୂଆ ଫିଲ୍ମ ଦୁର୍ଗାବତୀର ଘୋଷଣା କରି ଉତ୍ସାହିତ ଅଛି । ଏହା ଏକ ହରର, ଥ୍ରିଲର ଫିଲ୍ମ । ଯାହା ଆସନ୍ତା ବର୍ଷ ପରଦାରେ ଦେଖିବାକୁ ପାଇବେ ଆପଣ।’

ପ୍ରକାଶ ଥାଉକି ‘ଦୁର୍ଗାବତୀ’ର ନିର୍ଦ୍ଦେଶନା ଦାୟିତ୍ବ କେ ଜି. ଅଶୋକ କରିବାକୁ ଯାଉଥିବା ବେଳେ ଏହାର ପ୍ରଯୋଜନା କରିବେ ଭୂଷଣ କୁମାର । ‘ଦୁର୍ଗାବତୀ’ ତେଲୁଗୁର ହରର, ଥ୍ରିଲର ଫିଲ୍ମ ‘ଭାଗମତୀ’ର ହିନ୍ଦୀ ରିମେକ ଫିଲ୍ମ । ଯେଉଁଥିରେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ, ଅନ୍ନୀ ମୁକୁନ୍ଦନ, ଜୟରାମ, ଉଷା ସରତ ଓ ବିଧୁଲେଖା କମନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଗତ ବର୍ଷ ଜାନୁଆରୀ 26ରେ ରିଲିଜ ହୋଇଥିଲା ।

ABOUT THE AUTHOR

...view details