ଓଡିଶା

odisha

ETV Bharat / sitara

Ram Setuର ସୁଟିଂ ଶେଷ, ଦୀପାବଳିରେ ହେବ ରିଲିଜ୍‌ - ରାମସେତୁ ଫିଲ୍ମର ସୁଟିଂ ଶେଷ

ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ରାମସେତୁ'ର ସୁଟିଂ ଶେଷ ହୋଇଛି । ଏହାକୁ ନେଇ ଖୋଦ୍‌ ଅକ୍ଷୟ କୁମାର ଇନ୍‌ଷ୍ଟାଗ୍ରାମରେ ଷୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଅକିଙ୍କ ରାମସେତୁ ଫିଲ୍ମ ସୁଟିଂ ଶେଷ, ୨୦୨୨ ଦୀପାବଳିରେ ହେବ ରିଲିଜ୍‌
ଅକିଙ୍କ ରାମସେତୁ ଫିଲ୍ମ ସୁଟିଂ ଶେଷ, ୨୦୨୨ ଦୀପାବଳିରେ ହେବ ରିଲିଜ୍‌

By

Published : Dec 5, 2021, 7:21 PM IST

ମୁମ୍ବାଇଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ରାମସେତୁ'ର ଡିଉରେ(Daman diu) ସୁଟିଂ ଶେଷ ହୋଇଛି । ଏହାକୁ ନେଇ ଖୋଦ୍‌ ଅକ୍ଷୟ କୁମାର ଇନ୍‌ଷ୍ଟାଗ୍ରାମରେ ଷୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଅଭିଶେଷ ଶର୍ମା ଏହି ଫିଲ୍ମରେ ନିର୍ଦ୍ଦେଶକ ଦାୟିତ୍ବ ନେଇଛନ୍ତି । ଅଭିଶେଷ ପୂର୍ବରୁ ତେରେ ବିନ୍‌ ଲାଡେନ୍‌, ଦି ଜୋୟା ଫାକ୍ଟର ଓ ସୁରଜ ପେ ମଙ୍ଗଲ୍‌ ଭାରି ଭଳି ଫିଲ୍ମର ନିର୍ଦ୍ଦେଶକ ଦାୟିତ୍ବ ତୁଲାଇ ସାରିଛନ୍ତି ।

ଅକ୍ଷୟ କୁମାରଙ୍କ ସହ ଏହି ଫିଲ୍ମରେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଓ ନୁସରତ୍‌ ଭରୁଛାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଭେଟେରାନ ଅଭିନେତା ପଙ୍କଜ ତ୍ରିପାଠୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ବପୂର୍ଣ୍ଣ ଭୁମିକାରେ ନଜର ଆସିବେ । ଅବ୍ୟୁଦନ୍ତିଆ ଏଣ୍ଟରଟେନମେଣ୍ଟ ଓ ଲାଇକା ପ୍ରଡକ୍ସନରେ ଏହି ଚଳଚ୍ଚିତ୍ର ନିର୍ମିତ ହେଉଛି । ଏହି ଚଳଚ୍ଚିତ୍ରରେ ଭାରତର ଐତିହ୍ୟ, କଳା, ସ୍ଥାପତ୍ୟ ଓ ସଂସ୍କୃତିକୁ ସିଲ୍‌ଭର୍‌ ସ୍କ୍ରିନ୍‌ରେ ଦେଖା ଯାଇଛି । ଡ୍ରାମା, ଆକ୍ସନ୍‌ ଓ ଆଡ୍‌ଭେଞ୍ଚରରେ ଭରପୁର ରହିଛି ଏହି ଫିଲ୍ମ ।

୨୦୨୨ ଦୀପାବଳିରେ ଏହି ଚଳଚ୍ଚିତ୍ର ରିଲିଜ କରିବା ନେଇ ଫିଲ୍ମ ମେକର୍ସ କହିଛନ୍ତି । ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ଛଡ଼ା ଆଗକୁ ସେ ଅତରଙ୍ଗୀ ରେ ଫିଲ୍ମରେ ଦେଖିବାକୁ ମିଳିବ । ଯେଉଁଥିରେ ତାମିଲ୍‌ ଆକ୍ଟର ଧନୁଷଙ୍କ ସହ ସାରା ଅଲ୍ଲୀ ଖାନ୍‌ଙ୍କୁ ଦେଖିବାକୁ ମିଳିବ । ଡିସେମ୍ବର ୨୪ ତାରିଖରେ ଡିସ୍‌ନି ହଟ୍‌ଷ୍ଟାରରେ ଏହି ଫିଲ୍ମ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details