ଓଡିଶା

odisha

ETV Bharat / sitara

ରାଣା-ମିହିକାଙ୍କୁ ବିବାହର ଶୁଭେଚ୍ଛା ଜଣାଇଲେ ଖିଲାଡୀ - akshay kumar wishes

ଆଜି ଅଭିନେତା ରାଣା ଡଗଗୁବତୀ ତାଙ୍କ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ଅବସରରେ ଅକ୍ଷୟ କୁମାର ଟ୍ୱିଟରରେ ଏକ ପୋଷ୍ଟ ଲେଖି ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

akshay kumar wishes rana daggubati and niheeka bajaj on their wedding
ରାଣା-ମିହିକାଙ୍କୁ ବିବାହର ଶୁଭେଚ୍ଛା ଜଣାଇଲେ ଖିଲାଡୀ

By

Published : Aug 8, 2020, 6:53 PM IST

ନୂଆଦିଲ୍ଲୀ: ଆଜି ତେଲୁଗୁ ଅଭିନେତା ତଥା 'ବାହୁବଲୀ' ଫେମ ରାଣା ଡଗଗୁବତୀ ତାଙ୍କ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିଶେଷ ଦିନରେ ବହୁ ବଲିଉଡ ଏବଂ ଟଲିଉଡ ସେଲିବ୍ରିଟିମାନଙ୍କ ସହିତ ପ୍ରଂଶସକମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।

ଏହି ଅବସରରେ ଅଭିନେତା ଅକ୍ଷୟ କୁମାର ଟ୍ୱିଟରରେ ଏକ ପୋଷ୍ଟ ଲେଖି ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଟ୍ୱିଟରରେ ରାଣାଙ୍କ ଏକ ସୁନ୍ଦର ପୋଷ୍ଟରରେ ମଜାଳିଆ କମେଣ୍ଟ କରି ଅକ୍ଷୟ ଲେଖିଛନ୍ତି, ସ୍ଥାୟୀ ଭାବରେ ଲକଡାଉନ୍ ହେବାର ଉପଯୁକ୍ତ ଉପାୟ । ଅଭିନନ୍ଦନ ଡଗଗୁବତୀ । ଉଭୟଙ୍କୁ ଆଜୀବନ ସୁଖ କାମନା କରୁଛି ।

ଅକ୍ଷୟ ଏବଂ ରାଣା ଫିଲ୍ମ‘ବେବି’ ଏବଂ ‘ହାଉସଫୁଲ୍’ଭଳି ଦୁଇଟି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି ।

ଅନ୍ୟପକ୍ଷରେ ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ‘ବେଲ ବଟମ୍’ର ସୁଟିଂ ପାଇଁ ତାଙ୍କ କାଷ୍ଟ ଏବଂ କ୍ରୁଙ୍କ ସହ ବ୍ରିଟେନକୁ ଯାଇ ସାରିଛନ୍ତି ।

ଏଥିସହିତ ଅକ୍ଷୟଙ୍କ ପାଇପଲାଇନରେ ‘ବଚ୍ଚନ ପାଣ୍ଡେ’,‘ସୂରିୟବଂଶି ’ଭଳି ଅନ୍ୟାନ୍ୟ ଚଳଚ୍ଚିତ୍ର ମଧ୍ୟ ରହିଛି ।

ABOUT THE AUTHOR

...view details